ଇସ୍ରାଏଲ୍‌ର ଘେରାବନ୍ଦୀ ଦେଖି ବିବ୍ରତ ହମାସ: ଯୁଦ୍ଧବିରତି ପାଇଁ ଦେଲା ପ୍ରସ୍ତାବ

ଜେରୁଜେଲମ,୧୦।୧୦: ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ଆକ୍ରମଣକୁ ତୀବ୍ର କରିଛି। ତୃତୀୟ ଦିନ ପାଇଁ ଗାଜା ଅଞ୍ଚଳରେ ଅବରୋଧ ଯୋଗୁ ବିଦ୍ୟୁତ, ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛି। ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧରେ ଇସ୍ରାଏଲ ତିନି ଲକ୍ଷ ରିଜର୍ଭ ସୈନିକ ମଧ୍ୟ ଫିଲ୍ଡ କରିଛି। ଏହା ଦେଖି ହମାସ ବିବ୍ରତ ହୋଇପଡି ଯୁଦ୍ଧ ବିରତି ପ୍ରସ୍ତାବ ଦେଇଛି। ବରିଷ୍ଠ ନେତା ମୁସା ଆବୁ ମାର୍ଜୁକ କହିଛନ୍ତି ଯେ, ଲକ୍ଷ୍ୟ ହାସଲ କରାଯାଇଛି। ଏକ ସମ୍ଭାବ୍ୟ ଯୁଦ୍ଧବିରତି ପାଇଁ ଆମେ ଇସ୍ରାଏଲ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ।
ସୂଚନାଯୋଗ୍ୟ, ଇସ୍ରାଏଲ-ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ୧,୫୮୭ ଲୋକ ପ୍ରାଣ ହରାଇଛନ୍ତି। କେବଳ ଇସ୍ରାଏଲରେ ୭୩ ସୁରକ୍ଷା କର୍ମୀଙ୍କ ସମେତ ୯୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟରେ ଗାଜା ଷ୍ଟ୍ରିପରେ ୬୮୭ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି।

Share