ଇସ୍ରାଏଲୀ ବନ୍ଧକମାନଙ୍କ ଭିଡିଓ ଜାରି କଲା ହମାସ

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଫେସବୁକ ଲାଇଭ ଷ୍ଟ୍ରିମିଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ହମାସ ଆତଙ୍କବାଦୀମାନେ ଇସ୍ରାଏଲୀ ପରିବାରଙ୍କୁ ସେମାନଙ୍କ ଘରେ ବନ୍ଧକ ରଖିଛନ୍ତି। ଭିଡିଓରେ ହମାସ ପରିବାର ସନସ୍ୟଙ୍କୁ କହୁଥିବା ଶୁଣିବାକୁ ମିଳୁଛି, ‘ଇସ୍ରାଏଲକୁ କୁହ ଯେ ଆମେ ଏଠାରେ ଅଛୁ।’ ଏହି ଫୁଟେଜରେ ଛୋଟ ଛୋଟ ପିଲାମାନେ ମଧ୍ୟ ନଜର ଆସିଛନ୍ତି, ସେମାନେ ଭୟରେ ଥରୁଥସିବା ଦେଖିବାକୁ ମିଳିଛି।

ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କ ଗୋଡରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ହମାସ ସୈନ୍ୟମାନେ ତାଙ୍କ ଗୋଡକୁ ଗୁଳି ଚଳାଇଥିଲେ। ସେହି ବ୍ୟକ୍ତିଙ୍କ ପତ୍ନୀ ତାଙ୍କ କୋଳରେ ଏକ ଛୋଟ ଝିଅ ସହିତ ବସିଛନ୍ତି। ଦମ୍ପତିଙ୍କର ଆଉ ଦୁଇଟି ପିଲା ବସିଛନ୍ତି। କୁନି ଝିଅଟି ନ କାନ୍ଦିବା ପାଇଁ ପାଟି ଚାପି ବସିଛି। ସେମାନଙ୍କୁ ହମାସ୍‌ର ଜଣେ ଆତଙ୍କବାଦୀ ଧମକ ଦେଇ କହୁଛନ୍ତି, ତୁମ ଦେଶକୁ କୁହ ଯେ ତୁମେ ହମାସର ନିୟନ୍ତ୍ରଣରେ ଅଛ।

ସୂଚନାଯୋଗ୍ୟ,ହମାସର ସଦସ୍ୟମାନେ ତାଙ୍କୁ ଗାଜା ନିକଟସ୍ଥ ନାହଲ ଔଜ କିବୁତରେ ବନ୍ଧକ ରଖିଛି।
ନର ପିଶାଚ ହମାସ ନର ସଂହାର କରିବା ପାଇଁ ୧୫୦ଲୋକଙ୍କୁ ବନ୍ଧକ ରଖିଛି। ଅନେକ ଶିଶୁ ମଧ୍ୟ ଏଥିରେ ଅଛନ୍ତି।

 

Share