ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୧୧: ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ହମାସ। ଇସ୍ରାଏଲ ଉପରେ ୫୦୦ ରୁ ଅଧିକ ସପ୍ରାଇଜ ରକେଟ୍ ଆକ୍ରମଣ କରିବାର ଏକ ମାସ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଏହି ଦାବି କରିଛନ୍ତି।

ସେ କହିଛନ୍ତି, “ହମାସ ଗାଜା ଉପରେ ନିୟନ୍ତ୍ରଣ ହରାଇଛି। ଆତଙ୍କବାଦୀମାନେ ଦକ୍ଷିଣ ଦିଗକୁ ପଳାୟନ କରୁଛନ୍ତି। ଏବେ ସାଧାରଣ ନାଗରିକମାନେ ହାମାସ ବେସକୁ ଲୁଟ କରୁଛନ୍ତି।” ଗାଜା ଲୋକଙ୍କର ଆଉ ସରକାରଙ୍କ ଉପରେ ବିଶ୍ୱାସ ନାହିଁ ବୋଲି ଇସ୍ରାଏଲର ସେନା ମୁଖ୍ୟ ଗାଲାଣ୍ଟ ଟିଭି ଷ୍ଟେସନରେ ପ୍ରସାରିତ ଏକ ଭିଡିଓରେ କହିଛନ୍ତି।

ଇସ୍ରାଏଲର ନୂତନ ଆକଳନ ଅନୁଯାୟୀ ଅକ୍ଟୋବର ୭ ରେ ହାମାସ ଯବାନମାନେ ସୀମା ପାର କରି ଇସ୍ରାଏଲ ସହ ଲଢ଼ିବା ପରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ ୨୪୦ ଜଣ ଲୋକ ବନ୍ଧକ ହୋଇଥିଲେ।

Share