ହମାସ୍‌, ହେଜ୍‌ବୋଲ୍ଲା ପରେ ହୁଟି

ଜେରୁଜେଲମ୍‌/ବେରୁଟ୍‌/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍‌ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଚଳାଇଆସିଛନ୍ତି। ହମାସ୍‌କୁ ଲେବାନନ୍‌ର ହେଜ୍‌ବୋଲ୍ଲା ଓ ୟେମେନ୍‌ର ହୁଟି ସହଯୋଗ କରୁଥିବାରୁ ୨ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌)ର ଟାର୍ଗେଟ୍‌କୁ ଆସିଥିଲେ। ଏଥିପାଇଁ ଆତଙ୍କବାଦୀମାନଙ୍କୁ ସମୂଳେ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପଣ କରିଛନ୍ତି। ଏହି କ୍ରମରେ ରବିବାର ୟେମେନ୍‌ସ୍ଥିତ ଲୋହିତ ସାଗରର ବନ୍ଦର ସହର ହୋଦେଇଦାକୁ ଆଇଡିଏଫ୍‌ ଆକ୍ରମଣ କରିଛି। ୨୦୨୧ ପରଠୁ ହୁଟି ନିୟନ୍ତ୍ରଣରେ ଥିବା ହୋଦେଇଦା ସହର ୟେମେନ୍‌ବାସୀଙ୍କୁ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଯୋଗାଇଥାଏ। ଇରାନ୍‌ ସମର୍ଥତ୍ତ ହୁଟି ଏହି ବନ୍ଦର ଦେଇ ଇସ୍ରାଏଲୀ ଜାହାଜଗୁଡ଼ିକୁ ଆକ୍ରମଣ କରିବା ସହ ବୈଶ୍ୱିକ ବାଣିଜି୍ୟକ କାରବାରରେ ବାଧା ସୃଷ୍ଟି କରିଆସୁଥିଲା। ତେଣୁ ହମାସ୍‌, ହେଜ୍‌ବୋଲ୍ଲା ପରେ ଏବେ ହୁଟିକୁ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରି ଏହାର ନେତାମାନଙ୍କୁ ନିପାତ କରିବାକୁ ଉଦ୍ୟମ ଆରମ୍ଭ କରିଛି।
ସେନା ହେଜ୍‌ବୋଲ୍ଲା ମୁଖ୍ୟ ହାସନ୍‌ ନସ୍‌ରଲ୍ଲା ଓ ତାଙ୍କ ଝିଅ ଜୈନାନବଙ୍କୁ ଏୟାରଷ୍ଟ୍ରାଇକ୍‌ରେ ନିପାତ କରିବା ପରେ ମଧ୍ୟ ମିଶନ ଜାରି ରଖିଛି। ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଆକ୍ରମଣରେ ବେରୁଟ୍‌ରେ ହେଜ୍‌ବୋଲ୍ଲାର ସେଣ୍ଟ୍ରାଲ କାଉନ୍‌ସିଲ ଉପମୁଖ୍ୟ ନାବିଲ୍‌ କାଓଉକ୍‌ ନିହତ ହୋଇଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ନିଜ ସପ୍ତମ ବରିଷ୍ଠ ନେତାଙ୍କୁ ହରାଇବା ପରେ ହେଜ୍‌ବୋଲ୍ଲା ରକ୍ତମୁଖା ହୋଇଉଠିଛି। ହେଜ୍‌ବୋଲ୍ଲାକୁ ବଳ ଦେଇଆସିଥିବା ଇରାନ୍‌ ମଧ୍ୟ ଇସ୍ରାଏଲ୍‌କୁ ଆକ୍ରମଣ ଧମକ ଦେଇଛି। ଇରାନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରଘଚି ରବିବାର କହିଛନ୍ତି, ଜଣେ ବରିଷ୍ଠ ଇରାନୀୟ ଜେନେରାଲଙ୍କ ସମେତ ନସ୍‌ରଲ୍ଲାଙ୍କ ମୃତ୍ୟୁ ଅନୁତ୍ତରିତ ରହିବ ନାହିଁ। ଆକ୍ରମଣକାରୀ ଇହୁଦୀ ଶାସକଙ୍କ ଭୟଙ୍କର ଅପରାଧ ପାଇଁ ଇସ୍ରାଏଲ୍‌କୁ କଡ଼ା ଜବାବ ଦିଆଯିବ। ସେହିପରି ଇରାନର ରଣନୈତିକ ବ୍ୟାପାର ଉପମୁଖ୍ୟ ଜାଭେଦ ଜରିଫ୍‌ ମଧ୍ୟ ଉପଯୁକ୍ତ ସମୟରେ ତେହରାନ୍‌ କଡ଼ା ଜବାବ ଦେବ ବୋଲି ଧମକ ଦେଇଛନ୍ତି। ତେବେ ଏହା ଉପରେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମ୍‌ନେଇଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।
ଆକ୍ରମଣରେ ଲେବାନନ୍‌ରେ ୧୫୬ ମହିଳା ଓ ୮୭ ଶିଶୁଙ୍କ ସମେତ ଅନୂ୍ୟନ ୧,୦୩୦ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ୨.୫ ଲକ୍ଷ ଲୋକ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ହେଜ୍‌ବୋଲ୍ଲା ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍‌ର ଉତ୍ତର ଭାଗରେ ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରୁଛି। କିନ୍ତୁ ସେଥିରୁ ଅଧିକାଂଶକୁ ଇସ୍ରାଏଲ୍‌ ଇଣ୍ଟରସେପ୍ଟ କରି ଖସାଇଦେବାରେ ସକ୍ଷମ ହୋଇଛି। ସେପ୍ଟେମ୍ବର ୨୦ରେ ସଂଘର୍ଷ ଆରମ୍ଭ ହେବା ପରଠାରୁ କେହି ଜଣେ ହେଲେ ଇସ୍ରାଏଲୀ ମୃତାହତ ହୋଇ ନ ଥିବା ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସପ୍ତାହରେ ହେଜ୍‌ବୋଲ୍ଲାର ସପ୍ତମ କମାଣ୍ଡର ନିହତ

ବେରୁଟ୍‌,୩୦।୯: ହେଜ୍‌ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ...

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ

ବେରୁଟ୍‌,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ...

ମିଳିଲା ହିଜବୁଲ୍ଲାହ ମୁଖ୍ୟ ନସରଲ୍ଲାଙ୍କ ମୃତଦେହ! ଶରୀରରେ ନାହିଁ କୌଣସି ଆଘାତ ଚିହ୍ନ, ତେବେ କେମିତି ହେଲା ମୃତ୍ୟୁ ?

ନୂଆଦିଲ୍ଲୀ,୨୯।୯: ଗତ ଶୁକ୍ରବାର (ସେପ୍ଟେମ୍ବର ୨୭) ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ହିଜବୁଲ୍ଲାହ ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା...

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ

ଜେନେଭା,୨୯।୯: ଜମ୍ମୁ କଶ୍ମୀରର ଜଣେ ରାଜନୈତିକ କର୍ମୀ ଜାଭେଦ ବାଗ ଜେନେଭା ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଧାର୍ମିକ ତଥା ଅନୁସୂଚିତ ଜାତିର ଜନଜାତିଙ୍କ...

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଅଧିକ ଶକ୍ତିଶାଳୀ ହେବ ହିଜବୁଲ୍ଲା, ନିଆଯିବ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୯: ଇସ୍ରାଏଲର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ରକ୍ତ ଚାଉଳ ଚୋବାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଏକ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଆଇଏଫଏସ୍‌

ଇସଲାମାବାଦ,୨୯।୯: ଆଇଏଏସ୍‌, ଆଇପିଏସ ଏବଂ ଆଇଏଫଏସ୍‌ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଏବେ ଆଇଏଫଏସ୍‌ ଭାବିକା ମଙ୍ଗଳନନ୍ଦନ ଚର୍ଚ୍ଚାରେ ଅଛନ୍ତି। ମିଳିତ...

ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …

ଜେରୁଜେଲମ୍‌,୨୯ା୯: ଇସ୍ରାଏଲ ଏବଂ ହେଜ୍‌ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri