୩୬ ଦେଶର ନାଗରିକଙ୍କୁ ବନ୍ଧକ ରଖିଛି ହମାସ୍‌, ସାହାଯ୍ୟ ପାଇଁ ନିବେଦନ କଲେ ଅଭିନେତ୍ରୀ

ଜେରୁଜେଲମ୍‌,୧୬ା୧୦(୦୫): ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସହିତ ୩୬ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ ଅଭିନେତ୍ରୀ ରୋନା-ଲି ଶିମନ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିବା ସହ ସମସ୍ତ ନାଗରିକଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ପ୍ରତ୍ୟେକ ନାଗରିକ ଉଗ୍ରବାଦୀଙ୍କ କବଳରୁ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ୮ ଦିନ ପୂର୍ବରୁ ଯାହା ଘଟିଥିଲା ତାହା ମୋ’ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି, ଗାଜା ଷ୍ଟ୍ରିପ୍‌ରେ ୧୫୦ରୁ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।

Share