ହମାସ ଆଧୁନିକ ଯୁଗର ନାଜି, ଯୁଦ୍ଧର ସମାଧାନ ଚାହୁଁନାହିଁ: ୟୁଏନ୍‌ରେ ଅଭିଯୋଗ କଲା ଇସ୍ରାଏଲ

ନ୍ୟୁୟର୍କ,୩୧।୧୦: ମିଳିତ ଜାତିସଂଘରେ ଇସ୍ରାଏଲର ସ୍ଥାୟୀ ପ୍ରତିନିଧୀ ଗିଲାଦ ଏର୍ଡାନ ହମାସକୁ ତୀବ୍ର ସମାଲୋଚନା କରିଛନ୍ତି। ହମାସ ନୂତନ ଯୁଗର ନାଜି, ଏହି ଯୁଦ୍ଧର ସମାଧାନ ଚାହୁଁନାହିଁ। ବୋଲି ସେ ଅଭିଯୋଗ କରିଛନ୍ତି।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରି ଗିଲାଦ କହିଛନ୍ତି, ହମାସ ଆଜିର ‘ଆଧୁନିକ ନାଜି’। ଭୟଙ୍କର ଅମାନୁଷିକ ହିଂସା ଏବଂ ନରସଂହାର ଭଳି ବିଚାରଧାରା ମଧ୍ୟ ସମାନ। ହମାସ ଏହି ଯୁଦ୍ଧର ସମାଧାନ ଖୋଜୁ ନାହିଁ। ହମାସ କେବଳ ଗୋଟିଏ ସମାଧାନ ପାଇଁ ଆଗ୍ରହୀ ଏବଂ ଏହା ହେଉଛି ଯିହୁଦୀମାନଙ୍କର ନରସଂହାର। ୧୬ ବର୍ଷ ଧରି ହମାସ ପାଲେଷ୍ଟାଇନୀୟମାନଙ୍କ ଉପରେ ଅତ୍ୟାଚାର କରୁଛି। ତେଣୁ ଅନେକ ବର୍ଷ ବର୍ଷ ଧରି ସେମାନଙ୍କୁ ଦମନ କରାଯାଇଥିଲା ଏବଂ ଯିଏ ବିରୋଧର ସ୍ବର ଉତ୍ତୋଳନ କରିଥିଲା ତାଙ୍କୁ ହତ୍ୟା କରାଯାଇଥିଲା। ୨୦୦୭ରେ ଯେତେବେଳେ ହମାସ ଗାଜାରେ କ୍ଷମତା ଗ୍ରହଣ କଲା ସେତେବେଳେ ଏହା ଶହ ଶହ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିଥିଲା। ସେମାନେ ଛାତ ଉପରୁ ଲୋକଙ୍କୁ ଫିଙ୍ଗିଥିଲେ। ହାମସ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିଲା। ସେମାନେ (ହମାସ) ସ୍କୁଲ ଏବଂ ହସ୍ପିଟାଲରେ ଆତଙ୍କବାଦୀ ଭିତ୍ତିଭୂମି ସୃଷ୍ଟି କରନ୍ତି।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର କିଛି ସଦସ୍ୟଙ୍କୁ ଗିଲାଦ ଏର୍ଡାନ ଟାର୍ଗେଟ କରି କହିଛନ୍ତି, ୮୦ବର୍ଷ ପରେ ମଧ୍ୟ ସେମାନେ କୌଣସି ଶିକ୍ଷା ପାଇ ନାହାଁନ୍ତି। ଯିହୁଦୀ ପିଲାମାନଙ୍କୁ ଜୀବନ୍ତ ଜାଳିବା ପରେ ମଧ୍ୟ ଜାତିସଂଘ ପରିଷଦ ନୀରବ ଅଛି।

Share