ଗାଜାରୁ ଗଣ ପଳାୟନ: ଗାଜା ନ ଛାଡିବାକୁ ହମାସର ଚେତାବନୀ

ଗାଜା,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏଥିସହ ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ପାଲେଷ୍ଟାନୀୟଙ୍କୁ ଦକ୍ଷିଣ ଗାଜାକୁ ଯିବାକୁ ନିର୍ଦ୍ଦେଶ ଦେଇଛ। ନିର୍ଦ୍ଦେଶ ଜାରି କରିବା ପରେ ଲକ୍ଷ ଲକ୍ଷ ଲୋକ ସହରରୁ ଗଣ ପଳାୟନ କରିଛନ୍ତି। କିନ୍ତୁ ଆତଙ୍କବାଦୀ ହମାସ ଗୋଷ୍ଠୀ ସହର ଛାଡୁଥିବା ଲୋକଙ୍କୁ ସ୍ଥାନାନ୍ତରରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛି। ଏବଂ ଇସ୍ରାଏଲ ସେନା ଦ୍ୱାରା ଜାରି କରାଯାଇଥିବା ଆଲର୍ଟକୁ ଅଣଦେଖା କରିବାକୁ କହିଛି।

ହମାସ କାର୍ଯ୍ୟକର୍ତ୍ତାମାନେ ସାଧାରଣ ନାଗରିକଙ୍କ ପୋଷାକ ପିନ୍ଧି ଉତ୍ତର ଗାଜାର ଡାକ୍ତରଖାନା ଏବଂ ରାସ୍ତାରେ ବୁଲୁଛନ୍ତି। ଏହି ସମୟ ପଳାୟନରତଙ୍କୁ ଅଞ୍ଚଳ ଛାଡିବାକୁ ବାରଣ କରୁଛନ୍ତି। ଏହି ଅଞ୍ଚଳ ଛାଡିଲେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ହମାସ ଚେତାବନୀ ଦେଇଛି।

Share