ହସ୍ପିଟାଲରୁ ଇନ୍ଧନ, ଅକ୍ସିଜେନ ହଟାଉଛି ହମାସ୍‌

ଜେରୁଜେଲମ୍‌,୨୮ା୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଶନିବାର ହମାସ୍‌ ସାଧାରଣ ନାଗରିକ ସାମଗ୍ରୀର ଅପବ୍ୟବହାର କରିଥିବା ଅଭିଯୋଗ କରିଛି। ଆଇଡିଏଫ୍‌ କହିଛି, ଆତଙ୍କବାଦୀ ସଂଗଠନ ହମାସ୍‌ ଶିଫା ହସ୍ପିଟାଲରୁ ଅତ୍ୟାବଶ୍ୟକ ସାମଗ୍ରୀ ହଟାଉଛି ଏବଂ ଆତଙ୍କବାଦୀ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ଯାହା ଗାଜାବାସୀଙ୍କ ପାଇଁ ମହଜୁଦ୍‌ ଥିଲା।

ଆଇଡିଏଫ୍‌ ଅନୁଯାୟୀ, ଆତଙ୍କବାଦୀ ସଂଗଠନ ହମାସ୍‌ ଆତଙ୍କବାଦ ପାଇଁ ଇନ୍ଧନ, ଅମ୍ଳଜାନ, ଜଳ ଏବଂ ବିଦ୍ୟୁତ୍‌ ଭଳି ଗାଜାବାସୀଙ୍କ ମୌଳିକ ଆବଶ୍ୟକତାକୁ ବ୍ୟବହାର କରୁଛି। ଏନେଇ ଜଣେ ଆଇଡିଏଫ୍‌ ଅଧିକାରୀ ଗାଜା ଶକ୍ତି ଅଧିକାରୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।

ଶକ୍ତି ଅଧିକାରୀ କହିଛନ୍ତି, ହମାସ୍‌ ଆତଙ୍କବାଦୀମାନେ ଡାକ୍ତରଖାନାକୁ ନିୟନ୍ତ୍ରଣ କରୁଛନ୍ତି। ସେ କହିଛନ୍ତି, ଗ୍ୟାସ୍‌ ଷ୍ଟେଶନ ପାଇଁ ହମାସ୍‌ରେ ଅତି କମରେ ୧ ମିଲିୟନ ଲିଟର ଡିଜେଲ ଅଛି, ଯାହା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଯଥେଷ୍ଟ ହୋଇପାରେ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ହମାସ୍‌ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ନେତାନ୍ୟାହୁ ହମାସ୍‌କୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଅସୁସ୍ଥ ବୋଲି କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହମାସ୍‌ ଡାକ୍ତରଖାନାଗୁଡ଼ିକୁ ମୁଖ୍ୟାଳୟରେ ପରିଣତ କରିଛି।

Share