Categories: ଜାତୀୟ

କେରଳ ରାଲିରେ ହମାସ ନେତା: ରାଜନୈତିକ ବିବାଦ ଆରମ୍ଭ

ଥିରୁଭାନନ୍ତପୁରମ୍‌, ୨୯।୧୦: ଇସ୍ରାଏଲ-ହମାସ ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏହି ସମୟରେ ପାଲେଷ୍ଟାଇନକୁ ସମର୍ଥନ କରି କେରଳରେ ଏକ ରାଲିର ଆୟୋଜନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ରାଲିରେ ହମାସ ନେତା ଅଂଶଗ୍ରହଣ କରିଥିଲେ। ତେବେ ଭାଜପାର କେରଳ ଉପସଭାପତି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ହମାସ ନେତା ଖାଲେଦ ମଶାଲ ରାଲିରେ ଭର୍ଚୁଆଲରେ ଯୋଗ ଦେଇଛନ୍ତି। ଏହାକୁ ନେଇ କେରଳର ଭାଜପା ଉପସଭାପତି ଭି ଟି ରେମା ଚିନ୍ତା ପ୍ରକଟ କରିଛନ୍ତି। ଇସଲାମିକ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ନିଜ ବିଚାରଧାର ପ୍ରବେଶ କରାଇଛନ୍ତି ଯାହା ଖାଲେଦଙ୍କର ଭର୍ଚୁଆଲରେ ସାମିଲ ହେବାକୁ ଦର୍ଶାଉଛି।

ସେହିପରି କେରଳ ଭାଜପା ଉପ ସଭାପତି କେ ସୁରେନ୍ଦ୍ରନ ହମାସ ନେତାଙ୍କ ରାଲିରେ ଯୋଗ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୁରେନ୍ଦ୍ରନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏହିପରି କାର୍ଯ୍ୟକ୍ରମ ଗ୍ରହଣୀୟ ନୁହେଁ ବୋଲି ମତ ଦେଇଛନ୍ତି।
ସୂଚନାଯୋଗ୍ୟ, କେରଳରେ ଜମାତ-ଏ-ଇସଲାମିର ଯୁବ ଶାଖା ସୋଲିଡାରିଟି ୟୁଥ ମୁଭମେଣ୍ଟ ପାଲେଷ୍ଟାନୀୟଙ୍କୁ ସମର୍ଥନ କରି ଏହି ସଭାର ଆୟୋଜନ କରିଥିଲେ।

Share