‘ହମାସ ସାମ୍ନାରେ ଅଲ-କାଏଦା ବରଂ ଭଲ, ଏମାନେ ତ ରାକ୍ଷସ’, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୧୪।୧୦: ଗତ ସପ୍ତାହରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୩୦୦ ଲୋକଙ୍କୁ ହତ୍ୟା କରିଥିଲା। ହମାସ ଆକ୍ରମଣର ବର୍ବରତା ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହମାସକୁ ଅଲ-କାଏଦା ଅପେକ୍ଷା ଅଧିକ ବିପଜ୍ଜନକ ଏବଂ ବର୍ବର ବୋଲି ବର୍ଣ୍ଣନା କରିଛନ୍ତି। ଫିଲାଡେଲଫିଆରେ ଏକ ଇଭେଣ୍ଟ ସମୟରେ ଜୋ ବାଇଡେନ କହିଛନ୍ତି ଯେ ହମାସ ଆକ୍ରମଣ ବିଷୟରେ ଆମକୁ ଯେତେ ଖବର ମିଳୁଛି, ତାହା ସେତିକି ଭୟାନକ ହୋଇଯାଉଛି। ୨୭ଜଣ ଆମେରିକୀୟଙ୍କ ସମେତ ଏକ ହଜାରରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଲେ।
ଜୋ ବାଇଡେନ କହିଛନ୍ତି ଯେ ଅଲ କାଏଦା ମଧ୍ୟ ଏହି ଲୋକଙ୍କ ସାମ୍ନାରେ ବା ହମାସ ସାମ୍ନାରେ ପବିତ୍ର ମନେହୁଏ। ଏହି ଲୋକମାନେ ରାକ୍ଷସ। ଇସ୍ରାଏଲ ସହିତ ଛିଡା ହୋଇ ଆମେରିକା କୌଣସି ଭୁଲ କରିନାହିଁ। ଆମେରିକା ଇସ୍ରାଏଲ ସହିତ ଛିଡା ହୋଇଛି। ନିକଟରେ ସେକ୍ରେଟାରୀ ଅଫ ଷ୍ଟେଟ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରୁ ଫେରିଛନ୍ତି ଏବଂ ଆଜି ପ୍ରତିରକ୍ଷା ସଚିବ ଲୟର୍ଡ ଅଷ୍ଟିନ ଇସ୍ରାଏଲରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ ନିଶ୍ଚିତ କରୁଛୁ ଯେ ଇସ୍ରାଏଲର ସୁରକ୍ଷା ଏବଂ ପ୍ରତିଶୋଧ ପରାୟଣ କାର୍ଯ୍ୟ ପାଇଁ କୌଣସି ଅଭାବ ନାହିଁ।

Share