Hamas: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ଆଉ ୮ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ଖାନ୍‌ ୟୁନିସ୍‌,୩୦।୧: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ୍‌ ଆତଙ୍କବାଦୀମାନେ ଗୁରୁବାର ଆଉ ୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଇସ୍ରାଏଲୀ ଓ ଥାଇଲାଣ୍ଡର ୫ ଜଣ ଅଛନ୍ତି। ଏହା ବଦଳରେ ଇସ୍ରାଏଲ୍‌ ଆଉ ୧୧୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବା ଆଶା କରାଯାଉଛି। ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପାଇଁ ରେଡ୍‌କ୍ରସ୍‌କୁ ନିଆଯାଉଥିବା ବେଳେ ପାଲେଷ୍ଟିନୀୟମାନେ ସେମାନଙ୍କୁ ଘେରିଯାଇ ହୋହଲ୍ଲା କରିବା ସହ ନ ଛାଡ଼ିବାକୁ ଜିଦ୍‌ ଧରିଥିଲେ। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହ ମୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେଥିପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ୧୯ରୁ ଅସ୍ତ୍ରବିରତି ଆରମ୍ଭ ହୋଇଥିବା ବେଳେ ହମାସ୍‌ ଦୁଇ ପର୍ଯ୍ୟାୟରେ ୭ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା।

୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍‌ରେ ଆକ୍ରମଣ କରି ୧,୨୦୦ ଜଣଙ୍କୁ ହତ୍ୟା କରିବା ସହ ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ସ୍ବରୂପ ଇସ୍ରାଏଲ୍‌ ପକ୍ଷରୁ ଗାଜା ଉପରେ ଦୀର୍ଘ ୧୫ ମାସ ହେବ ବିଧ୍ୱଂସକାରୀ ଆକ୍ରମଣ କରିଥିଲା। ଯୁଦ୍ଧକୁ ବନ୍ଦ କରିବା ଲକ୍ଷ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ, ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟ

ଇସଲାମାବାଦ,୨୩।୨: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ...

ଆସିଗଲା ଉଡ଼ନ୍ତା କାର…ଏବେ ଟ୍ରାଫିକ୍‌ ଜାମ ସମସ୍ୟାରୁ ମିଳିବ ମୁକ୍ତି, କିଣିବାକୁ ଚାହିଁଲେ ଗଣିବେ ଏତିକି…

ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍‌ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ପାକିସ୍ତାନ ଯଦି ଭାରତ ଆଗକୁ ନ ଯିବ ତେବେ ମୋ ନାମ…

ଇସଲାମାବାଦ,୨୩।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କର ବିବାଦୀୟ ଏବଂ ମହତ୍ୱାକାଂକ୍ଷୀ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ କହିଛନ୍ତି ଯେ...

‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି

ନୂଆଦିଲ୍ଲୀ,୨୩।୨: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦାବି କରିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବାମପନ୍ଥୀମାନେ ଚିନ୍ତିତ ହୋଇଯାଇଛନ୍ତି। ମେଲୋନି ଉଦାରପନ୍ଥୀ ଏବଂ...

‘ଭାରତ ଆମେରିକାର ଫାଇଦା ଉଠାଇବାକୁ ଚାହୁଁଛି’ ଏମିତି କାହିଁକି କହିଲେ ଟ୍ରମ୍ପ…

ଓ୍ବାଶିଂଟନ୍‌,୨୩।୨: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ଭଲ। କିନ୍ତୁ ଏହା ସତ୍ତ୍ୱେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାର୍ଗେଟ କରିବାର କୌଣସି ସୁଯୋଗ...

ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍‌

ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ...

ଆଉ ୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ନୁସେଇରାତ୍‌(ଗାଜା ଷ୍ଟ୍ରିପ୍‌),୨୨।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍‌ ଶନିବାର ୬ ଇସ୍ରାଏଲୀ ପଣବନ୍ଦୀଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଦେଇଛି। ଗାଜାରେ ଦୁଇଟି...

କାହିଁକି ଇମୋଶନାଲ ହେଲେ କାଶ ପଟେଲଙ୍କ ଗର୍ଲ ଫ୍ରେଣ୍ଡ

ଓ୍ବାଶିଂଟନ,୨୨।୨: ଆମେରିକାର ଏଫବିଆଇ ନିର୍ଦ୍ଦେଶକ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଭଗବଦ ଗୀତାରେ ହାତ ରଖି ଶପଥ ନେଇଥିଲେ। ସମାରୋହ ସମୟରେ ତାଙ୍କ ପରିବାର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image