ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଲାଗିପଡିଛନ୍ତି ହମାସ-ରୁଷିଆ

ଓ୍ବାଶିଟନ୍‌,୨୦।୧୦: ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ହମାସ-ରୁଷିଆ ଲାଗିପଡିଛନ୍ତି। ୟୁକ୍ରେନ ଏବଂ ଇସ୍ରାଏଲ ଆମେରିକାର ସ୍ବାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶକୁ ସହାୟତା ଯୋଗାଇବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଭିନ୍ନ ବିପଦର ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ସମାନ – ଉଭୟ ପଡୋଶୀ ଗଣତାନ୍ତ୍ରିକ ରାଷ୍ଟ୍ରକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ଚାହୁଁଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।
ବାଇଡେନ କହିଛନ୍ତି ଯେ, ଏକ ମହାନ ରାଷ୍ଟ୍ର ଭାବରେ ଆମେରିକା ହିଂସାତ୍ମକ ରାଜନୀତିର ଏହି ପାର୍ଶ୍ୱକୁ ବଢିବାକୁ ଦେଇପାରିବ ନାହିଁ। ଆମେ ହମାସ ପରି ଆତଙ୍କବାଦୀ ଏବଂ ପୁଟିନଙ୍କ ଭଳି ଏକଛତ୍ରବାଦୀ ଶାସକଙ୍କୁ ଜିତିବାକୁ ଅନୁମତି ଦେବୁ ନାହିଁ।
ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ବାଇଡେନ କହିଛନ୍ତି ଯେ, ରାଷ୍ଟ୍ରପତି ଭାବରେ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ରଖିଥିବା ଆମେରିକୀୟଙ୍କ ସୁରକ୍ଷା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ରାଷ୍ଟ୍ରପତି ଅବ୍ବାସଙ୍କ ସହ ମଧ୍ୟ କଥା ହୋଇଥିଲି ଏବଂ କହିଥିଲି ଯେ ପାଲେଷ୍ଟାଇନବାସୀଙ୍କ ସମ୍ମାନ ଏବଂ ଅଧିକାର ପାଇଁ ଆମେରିକା ପ୍ରତିବଦ୍ଧ। ବିଶେଷକରି ଗାଜା ହସ୍ପିଟାଲ ବିସ୍ଫୋରଣରେ ଘଟିଥିବା ଦୁଃଖଦ ମୃତ୍ୟୁ ମୋତେ ଚକିତ କରିଛି, କିନ୍ତୁ ଏଥିରେ ଇସ୍ରାଏଲର କୌଣସି ସମ୍ପୃକ୍ତି ନାହିଁ।
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଇରାନ ୟୁକ୍ରେନରେ ରୁଷିଆକୁ ସମର୍ଥନ କରୁଛି। ଆହୁରି ମଧ୍ୟ ମଧ୍ୟ ପୂର୍ବର ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ଇରାନର ସମର୍ଥନ ପାଇଛନ୍ତି। ତେଣୁ ତାଙ୍କୁ ଉତ୍ତରଦାୟୀ କରିବା ଆବଶ୍ୟକ।

Share