ହମାସର ଲକ୍ଷ୍ୟ ଗାଜାରେ ଇସ୍ରାଏଲ ପାଇଁ ସମସ୍ୟା ସୃଷ୍ଟି: ୪୦ ହଜାର ଯୋଦ୍ଧା ସାମିଲ, ମାଟିତଳେ ସୁଡଙ୍ଗ ସହର…

ଜେରୁଜେଲମ,୪।୧୧ : ଗାଜା ଷ୍ଟ୍ରିପରେ ହମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ ସହିତ ଇସ୍ରାଏଲ ସେନା ମଧ୍ୟ ସ୍ଥଳ ଆକ୍ରମଣ କରୁଛି । ଏଠାରେ ହମାସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରୁଛି। ପାଲେଷ୍ଟାଇନ ସମର୍ଥିତ ସଂଗଠନର ନେତୃତ୍ୱର ସୂତ୍ର କହିଛି ଗାଜା ଅଞ୍ଚଳରେ ଦୀର୍ଘ ଦିନ ଧରି ଯୁଦ୍ଧ ପାଇଁ ହମାସ ପ୍ରସ୍ତୁତ ହୋଇଛି।

ସୂତ୍ରରୁ ପ୍ରକାଶ , ଗାଜାକୁ ଶାସନ କରୁଥିବା ହମାସ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର, ଖାଦ୍ୟ ଏବଂ ଚିକିତ୍ସା ସାମଗ୍ରୀର ଭଣ୍ଡାର ଗଚ୍ଛିତ ରଖିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ହମାସ ନିଶ୍ଚିତ ଏହାର ୪୦ ହଜାର ଯୋଦ୍ଧା ପାଲେଷ୍ଟାଇନ ଅଞ୍ଚଳରେ ମାଟିତଳେ ଖୋଳା ଯାଇଥିବା ସୁଡ଼ଙ୍ଗ ସହରରେ ମାସ ମାସ ଧରି ବଞ୍ଚିପାରିବେ ଏବଂ ‘ସହରୀ ଗରିଲା ଯୁଦ୍ଧ’ ରଣନୀତି ସହିତ ଇସ୍ରାଏଲ ସୈନ୍ୟବାହିନୀ ପାଇଁ ସମସ୍ୟା ସୃଷ୍ଟି କରିପାରିବେ। ୧୭ ବର୍ଷର ଗାଜା ଅବରୋଧକୁ ସମାପ୍ତ କରିବା ସହିତ ଇସ୍ରାଏଲର ବସ୍ତି ବିସ୍ତାରକୁ ବନ୍ଦ କରିବାକୁ ଚାହୁଁଛି ବୋଲି ହମାସ କହିଛି।

Share