ଲୋକଙ୍କୁ ମାଡମାରି ଖାଦ୍ୟ ଛଡାଇ ନେଉଛନ୍ତି ହମାସ ଆତଙ୍କବାଦୀ, ଭିଡିଓ ଭାଇରାଲ…

ଜେରୁଜେଲମ,୧୦।୧୨: ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ବିବାଦ ଚାଲିଛି। ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ରକ୍ତପାତ କତାରର ପ୍ରଭାବଶାଳୀ ମଧ୍ୟସ୍ଥତା ଏବଂ ହସ୍ତକ୍ଷେପ ପରେ ନଭେମ୍ବର ୨୪ରେ କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା। ତେବେ ପୁଣି ଥରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ହମାସ ଆତଙ୍କବାଦୀଙ୍କୁ ସାଧାରଣ ନାଗରିକଙ୍କୁ ମାଡ ମାରିବା ଏବଂ ଅନ୍ତର୍ଜାତୀୟ ସଂଗଠନରୁ ଗାଜାକୁ ଦିଆଯାଇଥିବା ମାନବିକ ସହାୟତା ଚୋରି କରିଥିବା ଅଭିଯୋଗ କରିଛି। କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଇଛି ହମାସ ଗାଜାର ଲୋକଙ୍କ ମୌଳିକ ଆବଶ୍ୟକତା ଉପରେ ଲକ୍ଷ୍ୟ ରଖିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଆଇଡିଏଫ ଏକ ଭିଡିଓ ଶେୟାର କରି କିଛି ଲୋକଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯାଉଥିବା ଦେଖାଯାଇଛି। କେତେକ ବ୍ୟକ୍ତି ଗାଡିରେ ସାମଗ୍ରୀ ରଖିଥିବାର ଦେଖାଯାଉଛି।ଏହା ସହିତ ଅଧିକାରୀମାନେ କହିଛନ୍ତି ହମାସ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ମାଡ଼ ମାରି ଇସ୍ରାଏଲ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ ମିଳିଥିବା ମାନବିକ ସହାୟତା ଚୋରି କରୁଛନ୍ତି । କେବଳ ଏତିକି ନୁହେଁ, ସେମାନେ ଗାଜାର ଲୋକଙ୍କ ମୌଳିକ ଆବଶ୍ୟକତା ସାମଗ୍ରୀ ଊପରେ ଲକ୍ଷ୍ୟ ରଖିଛନ୍ତି। ଆଇଡିଏଫ କହିଛି ଅଲ-ମୱାସୀ ଗାଜାର ଏକ ମାନବିକ ଅଞ୍ଚଳ, ଯାହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଯୁଦ୍ଧକ୍ଷେତ୍ରରୁ ଦୂରରେ ରଖିବା। କିନ୍ତୁ ଗୁଳି ଚଳାଇବା ସମୟରେ ହମାସ ଏହି ଲୋକଙ୍କୁ ଆଗରେ ରଖିଥାଏ।

ଆଇଡିଏଫ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଶନିବାର ଗାଜା ଷ୍ଟ୍ରିପରେ ହମାସର ଅନେକ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ସେ କହିଛନ୍ତି ଶେଜୟା ଏବଂ ଜବାଲିଆରେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ହସ୍ତାନ୍ତର କରିଛନ୍ତି। ଏହା ବ୍ୟତୀତ ସେମାନେ ଗୁପ୍ତଚର ସୂଚନା ମଧ୍ୟ ପ୍ରକାଶ କରିଛନ୍ତି।

Share