ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି। ସୋମବାର ହମାସର ଜଣେ କମାଣ୍ଡରଙ୍କ ହତ୍ୟା କରିବା ପରେ ମଙ୍ଗଳବାର ଆଉ ଜଣଙ୍କର ଜୀବନ ଯାଇଛି। ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ସାମରିକ ୱିଙ୍ଗ ‘କାସାମ ବ୍ରିଗେଡ’ କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ହମାସର ଜଣେ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଛି।

ନିହତ ଟପ୍‌ କମାଣ୍ଡର ଜଣକ ହେଲେ ଆୟମାନ ନୋଫାଲ। ସେ ସବୁଠାରୁ କୁଖ୍ୟାତ ହମାସ ଆତଙ୍କବାଦୀ। ତଥାପି ଗାଜା ଅଞ୍ଚଳରେ ଇସ୍ରାଏଲ ବିସ୍ଫୋରଣରେ ନିହତ ହୋଇଛି। ଆବୁ ମହମ୍ମଦ ନାମରେ ଜଣାଶୁଣା ନୋଫାଲ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ମୃତ୍ୟୁବରଣ କରିଛନ୍ତି।

Share