ଶହ ଶହ ଲୋକଙ୍କ ମୃତ୍ୟୁ, ୪,୬୦୦ ଆହତ…

ଜେରୁଜେଲମ,୧୧।୧୦: ଇସ୍ରାଏଲର କାଉଣ୍ଟର ଆଟାକ ହମାସ ଉପରେ ଭାରି ପ୍ରଭାବ ପକାଉଛି। ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରେ ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୯୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୬୦୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି। ମଙ୍ଗଳବାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ହମାସର ଆର୍ଥିକ ବ୍ୟାପାର ମୁଖ୍ୟ ଜାୱାଦ ଅବୁ ଶାମଲା, ଅନ୍ୟ ଜଣେ ବରିଷ୍ଠ ନେତା ଏବଂ ତିନିଜଣ ସାମ୍ବାଦିକ ଅଛନ୍ତି।

ଇସ୍ରାଏଲର ଆକ୍ରମଣ ଯୋଗୁ ପ୍ରାୟ ୧.୯୦ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଏଥିମଧ୍ୟରେ ଦୁଇ ଲକ୍ଷ ଲୋକ ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଇସ୍ରାଏଲ ସୈନିକମାନେ ଗାଜାକୁ ଘେରି ରହିଛନ୍ତି ଏବଂ ହମାସ ଯୁଦ୍ଧବିମାନର ସନ୍ଧାନରେ ଚଢାଉ କରୁଛନ୍ତି। ଅନ୍ୟପଟେ ହମାସ ଆକ୍ରମଣ ଯୋଗୁ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ଏକ ହଜାର ଅତିକ୍ରମ କରିଛି, ୨୬୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୫୬ ଜଣ ସେନା କର୍ମଚାରୀ ଅଛନ୍ତି।

Share