ହମାସର ନୁଆ ପ୍ରସ୍ତାବ: ଇସ୍ରାଏଲ ସୈନ୍ୟଙ୍କୁ ଛାଡ଼ିବାକୁ ସର୍ତ୍ତ…

ଜେରୁଜେଲମ,୩୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ବିବାଦରେ ବର୍ତ୍ତମାନ ଏକ ବିରାମ ଆସିଛି। ଅକ୍ଟୋବର ୭ ରେ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ଏବଂ ସୈନିକଙ୍କ ସମେତ ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ। ତେବେ ବର୍ତ୍ତମାନ ଚୁକ୍ତିନାମା ଅନୁଯାୟୀ କିଛି ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଏହି ସମୟରେ ହମାସ ଇସ୍ରାଏଲକୁ ଏକ ନୂତନ ପ୍ରସ୍ତାବ ଦେଇଛି। ହମାସ କହିଛନ୍ତି ଯଦି ଇସ୍ରାଏଲ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ମୁକ୍ତ କରେ, ତେବେ ଏହାର ସମସ୍ତ ସୈନିକଙ୍କୁ ମୁକ୍ତ କରାଯିବ।

ହମାସର ଜଣେ ବରିଷ୍ଠ ଅଧିକାରୀ ତଥା ଘାଜାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ବାସେମ ନାଏମ କହିଛନ୍ତି ଅସ୍ତ୍ରବିରତି ପାଇଁ ଆଲୋଚନା ହେଉଛି। ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ନାଏମ ଗଣମାଧ୍ୟମକୁ କହିଛନ୍ତି ଇସ୍ରାଏଲରେ ବନ୍ଦୀ ଥିବା ସମସ୍ତ ବନ୍ଦୀମାନଙ୍କ ବଦଳରେ ସମସ୍ତ ଇସ୍ରାଏଲ ସୈନିକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ସାମୟିକ ଅସ୍ତ୍ରବିରତି ଗୁରୁବାର ଶେଷ ହେବାକୁ ଯାଉଛି।

Share