ପଢ଼ା ଛାଡ଼ି ବିଛା ଧରୁଥିଲେ ଯୁବକ, ଏବେ କୋଟି କୋଟି ଟଙ୍କାର ମାଲିକ

ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକମାନଙ୍କ ବ୍ୟବସାୟ ସଫଳତା ବିଷୟରେ ଆପଣ ଶୁଣିଥିବେ। ମାତ୍ର ବିଶ୍ୱରେ ଜଣେ ଏପରି ଯୁବକ ଅଛନ୍ତି, ଯିଏକି କଙ୍କଡ଼ା ବିଛାର ବିଷ ବିକ୍ରିକରି ଧନୀ ହୋଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇଜିପ୍ଟର ରାଜଧାନୀ କାଇରୋ ନିବାସୀ ମହମ୍ମଦ ହାମଡି ବୋସ୍ଥା ନାମକ ଏହି ୨୫ ବର୍ଷୀୟ ଯୁବକ ‘ନାମ’ ନାମକ କମ୍ପାନୀର ମାଲିକ ଅଟନ୍ତି। ହାମଡି ମହଙ୍ଗା ମୂଲ୍ୟରେ ବିଷ ବିକ୍ରି କରନ୍ତି।

ହାମଡି ପ୍ରତ୍ନତତ୍ତ୍ୱରେ ସ୍ନାତକ କରୁଥିଲେ, କିନ୍ତୁ ସେ ମିଶରର ବିସ୍ତୃତ ମରୁଭୂମି ଏବଂ ଉପକୂଳରେ ବିଛା ଶିକାର କରିବାକୁ ବହୁତ ପସନ୍ଦ କରୁଥିଲେ। ଏଭଳି ପରିସ୍ଥିତିରେ ସେ ପଢ଼ା ଛାଡି ନିଜର ଇଚ୍ଛା ପୂରଣ କରିବାର ସ୍ବପ୍ନ ଦେଖିଥିଲେ। ଆଜି ସେ ବିଷ କାରବାର କରି ଇଜିପ୍ଟର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ହାମଡି ବିଭିନ୍ନ ପ୍ରଜାତିର ୮୦ ହଜାରରୁ ଅଧିକ ବିଛା ଏବଂ ସାପ ରଖିଛନ୍ତି। ଏହି ସାପ ଏବଂ ବିଛା ଠାରୁ ବିଷ ବାହାର କରାଯାଇ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକରେ ବିକ୍ରି କରାଯାଏ।

ବିଛା ବିଷକୁ ବାହାର କରିବା ପାଇଁ ଅତିବାଇଗଣି ରଙ୍ଗର ଆଲୋକ ସାହାଯ୍ୟରେ ଏକ ମୃଦୁ ବିଦ୍ୟୁତ୍‌ ଶକ୍ତି ଦିଆଯାଏ। ବିଦ୍ୟୁତ୍‌ ଆଘାତ ପାଇବା ମାତ୍ରେ ବିଛାର ବିଷ ବାହାରେ। ଏକ ଗ୍ରାମ ବିଛା ବିଷରୁ ପ୍ରାୟ ୨୦,୦୦୦ ରୁ ୫୦,୦୦୦ ଆଣ୍ଟିବେନୋମ ତିଆରି କରାଯାଇପାରେ।

ହାମଡି ବିଛା ବିଷକୁ ୟୁରୋପ ଏବଂ ଆମେରିକାରେ ବିକିଥାନ୍ତି। ସେଠାରେ ଥିବା ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ ଆଣ୍ଟିବେନମ ଡୋଜ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ତ ରୋଗର ଔଷଧ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ଗ୍ରାମ ବିଛା ବିଷର ମୂଲ୍ୟ ୧୦ ହଜାର ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୭ ଲକ୍ଷ ଟଙ୍କା।

Share