Categories: ଖେଳ

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା ଏବଂ କେବଳ ଗୋଟିଏ ଉଇକେଟ ଥିଲା। ଶେଷ ମୁହୂର୍ତ୍ତରେ, ୟର୍କଶାୟର୍‌ ବୋଲରଙ୍କ ସମେତ ସମସ୍ତ ୧୧ ଫିଲ୍ଡରଙ୍କୁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବାକୁ ରଖିଥିଲେ। କିନ୍ତୁ ସେମାନେ ଶେଷ ଖେଳାଳିଙ୍କୁ ଆଉଟ୍‌ କରିପାରି ନ ଥିଲେ। ହାମ୍ପସାୟର୍‌ କେବଳ ମ୍ୟାଚ ଡ୍ର କରି ନ ଥିଳା ବରଂ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ମଧ୍ୟ ପାଇଥିଲା। ଏହି ମ୍ୟାଚର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଚାରି ଦିନିଆ ମ୍ୟାଚର ଶେଷ ଦିନରେ ହାମ୍ପସାୟର୍‌ ୩୯୩ ରନ ସଂଗ୍ରହ କରିଥିଲା। କିନ୍ତୁ ଦଳ ୧୭୭ ରନ ପାଇଁ ୯ ଉଇକେଟ ହରାଇଥିଲା। ଲାଗୁଥିଲା ଯେ ଦଳ ମ୍ୟାଚ ହାରିବ। କିନ୍ତୁ ଦଳକୁ ପରାଜୟରୁ ରକ୍ଷା କରିବା ପାଇଁ କାଇଲ ଆବଟ୍ଟ (୯ ଅପରାଜିତ) ଏବଂ ବ୍ରାଡ ୱିଲ (୦ ଅପରାଜିତ) ଏକ ଭଲ ଭାଗିଦାରୀ କରିଥିଲେ। ଉଭୟ ୪୬ଟି ବଲରେ ଖେଳିଥିଲେ। ଦଳ ଦ୍ୱିତୀୟ ଇନିଂସରେ ୯ ଉଇକେଟ ପାଇଁ ୧୭୭ ରନ ସଂଗ୍ରହ କରିଥିଲା।

 

Share