Categories: ଜାତୀୟ

ଗାଈକୁ ଖାଇବାକୁ ଦେଲେ ଦେଶୀବୋମା

କୋଏମ୍ବାଟୁର, ୧୮।୮: ଚାଷ ଜମିରେ ରଖାଯାଇଥିବା ଦେଶୀବୋମା ଖାଇ ଏକ ଗାଈ ଗୁରୁତର ଆହତ ହୋଇଛି। ଏହି ଘଟଣା ତାମିଲ୍‌ନାଡୁର କୋଏମ୍ବାଟୁରରେ ଘଟିଛି। ସ୍ଥାନୀୟ ମେଟ୍ଟୁପାଲାୟମ୍‌ରେ ଜଙ୍ଗଲୀ ବାର୍‌ହା ଶିକାର କରିବା ଲାଗି ଶିକାରୀ ଦେଶୀବୋମା ଘାସ ମଧ୍ୟରେ ରଖିଥିଲେ। ଏହାକୁ ସ୍ଥାନୀୟ ବାସିନ୍ଦା ଜାଫର ଅଲ୍ଲୀଙ୍କ ଗାଈ ଖାଇଦେଇଥିଲା। ଗାଈର ପାଟିରେ ବୋମା ବିସ୍ଫୋରଣ ହୋଇଥିଲା। ଜାଫର ଏନେଇ ଏକ ମାମଲା ଦାଏର କରିବା ସହିତ ବନ ଅଧିକାରୀ ଭେଙ୍କେଟେଶ୍ୱରଙ୍କୁ ଜଣାଇଥିଲେ। ଏହାର ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ଗାଈର ଚିକିତ୍ସା ଜାରି ରହିଥିବା କୁହାଯାଉଛି।

Share