୪ ସୁଦ୍ଧା ରତ୍ନଭଣ୍ଡାର ଚାବି ହାଇକୋର୍ଟଙ୍କୁ ହସ୍ତାନ୍ତର କର

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୨୮ା୫(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳୁନାହିଁ। ତଦନ୍ତ ରିପୋର୍ଟ ଚାପିଦିଆଯାଇଛି। ମୋର ସନ୍ଦେହ ହେଉଛି ଯେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ହିଁ ଲୁଚାଇ ରଖିଛନ୍ତି। ଆସନ୍ତା ୪ ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ସେହି ସମୟ ସୁଦ୍ଧା ସେ ହାଇକୋର୍ଟଙ୍କୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରନ୍ତୁ। ନଚେତ ୧୦ ତାରିଖରେ ଓଡ଼ିଶାରେ ଭାଜପା ସରକାର ଶପଥ ନେବା ପରେ ଏହାର ହିସାବ କରାଯିବ। ପାତାଳରେ ଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ଖୋଜି ବାହାର କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ରଙ୍କାଳରେ ସୋମବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ବିଶ୍ୱଶର୍ମା ଏଭଳି ଭାବେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଅକ୍ତିଆରକୁ ନେଇ ସାରିଥିବାରୁ ଏଠାରେ ଦୁର୍ନୀତି ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କବଳରୁ ଉଦ୍ଧାର କରିବାକୁ ସେ ଆହ୍ବାନ ଦେଇଛନ୍ତି। ଓଡ଼ିଶାର ସ୍ବାଭିମାନ ରକ୍ଷା କରିବାକୁ ହେଲେ ପାଣ୍ଡିଆନ ଶାସନକୁ ହଟାଇବାକୁ ପଡ଼ିବ ବୋଲି ବିଶ୍ୱଶର୍ମା କହିଛନ୍ତି। ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶ୍ୱଶର୍ମା କହିଛନ୍ତି, ରାଜ୍ୟରେ ୫-ଟି ସରକାର ଚାଲିଥିବା କୁହାଯାଉଛି। ତେବେ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୁଲିବା ପରେ ଜଣାପଡ଼ିଲା ଯେ, ଏହା ୫-ଟି ନୁହେଁ, ଗୋଟିଏ ଟି, ଯାହା ତାମିଲନାଡୁକୁ ବୁଝାଉଛି। ୫-ଟିର ଟିମ୍‌ୱାର୍କ ନାମରେ କାର୍ତ୍ତିକ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀ ଏହି ରାଜ୍ୟକୁ ଚଳାଉଛନ୍ତି। ଏଠାରେ ଥିବା ଖଣିଜ ସମ୍ପଦ ଓ ରାଜସ୍ବକୁ ୫ ଜଣ ତାମିଲ ବ୍ୟକ୍ତି ଖାଉଛନ୍ତି। ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ଫାଙ୍କା ଥିବା ବେଳେ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ। କର୍ମନିଯୁକ୍ତି ପାଇଁ ଓଡ଼ିଶାର ବିଭିନ୍ନ ଜିଲାରୁ ଲୋକେ ସୁରଟ ଯାଉଛନ୍ତି। ହେଲେ ଏଠାରେ ଖଣିଜ ସମ୍ପଦର ଲୁଟ୍‌ ଚାଲିଛି। ତାମିଲନାଡୁ ଠିକାଦାର ଏଠାରେ କାମ କରୁଛନ୍ତି। ଆରାଧ୍ୟଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ୪ ଦ୍ୱାର ବଦଳରେ ଗୋଟିଏ ଦ୍ୱାର ଖୋଲାଯାଇଛି, ଯାହା ଶ୍ରଦ୍ଧାଳୁଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଆସନ୍ତା ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ ନେବାପରେ ଏହିସବୁ ସମସ୍ୟାର ସମାଧାନ ହେବ ବୋଲି ବିଶ୍ୱଶର୍ମା କହିଛନ୍ତି। ୧୧ ତାରିଖରେ ପାଣ୍ଡିଆନଙ୍କୁ ତାମିଲନାଡୁ ବିଦା କରାଯିବ। ଏଥିପାଇଁ ୧ ଟଙ୍କା ଲେଖାଏ ସଂଗ୍ରହ କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହ ବିଶ୍ୱଶର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩୦୦ ସିଟ୍‌ ମିଳିଲା ପରେ ଶ୍ରୀରାମ ଜନ୍ମଭୂମିର ୫୦୦ବର୍ଷର ସମସ୍ୟାର ସମାଧାନ ହୋଇ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିଲା। ଚଳିତ ଥର ଏନ୍‌ଡିଏକୁ ୪୦୦ ସିଟ୍‌ ମିଳିଲେ କୃଷ୍ଣ ଜନ୍ମଭୂମି ଓ ଜ୍ଞାନବ୍ୟାପି ସମସ୍ୟାର ସମାଧାନ ହୋଇପାରିବ। ସେହିପରି ପାକିସ୍ତାନ ଅଧିକୃତ କଶ୍ମୀର ଭାରତରେ ମିଶ୍ରଣ ହୋଇପାରିବ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଦାଦନ ସମସ୍ୟା, ଖଣିଜ ସମ୍ପଦ ଲୁଟ, ଯୁବବର୍ଗଙ୍କୁ କର୍ମନିଯୁକ୍ତି ଆଦି ସମସ୍ୟାର ସମାଧାନ ହେବ। ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ବିଶ୍ୱଶର୍ମା ଅନୁରୋଧ କରିଛନ୍ତି।
ଭାଜପାର ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକ ଅଭିଯୋଗ ସମ୍ପର୍କରେ ଉତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବେ ବି ତାମିଲନାଡୁର ରିମୋର୍ଟରଙ୍କ କବ୍‌ଜାରେ ଅଛନ୍ତି ବୋଲି ବୈଜୟନ୍ତ କହିଛନ୍ତି। ସଭାରେ କେନ୍ଦ୍ରମନ୍ତ୍ରୀ ବାବୁ ସିଂ ଚୌହାନ, ପାଟକୁରା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା, ମହାକାଳପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥତ୍ନୀ ଗୀତାଞ୍ଜଳି ସେଠୀ, ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ, ସାଲେପୁର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅରନ୍ଦିମ ରାୟ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଆକ୍ରମଣ ନେଇ ପୂର୍ବରୁ ମିଳିଥିଲା ଆଲର୍ଟ! ହେଲେ ପରେ ପ୍ଲାନରେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ...

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Pahalgam Attack Updates: ଘଟଣାସ୍ଥଳରେ ପହଞ୍ଚି ଶାହା କହିଲେ, ‘ଆତଙ୍କବାଦ ସାମ୍ନାରେ ନଇଁବ ନାହିଁ ଭାରତ’

ଶ୍ରୀନଗର,୨୩।୪: ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image