କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି ଯେ କେହି ଚକିତ ହୋଇଯିବେ। ମନ ବିଚଳିତ ହୋଇଯିବ। ହେଲେ କିଛି କ୍ଷଣ ଭଲରେ ନିରୀକ୍ଷଣ କରି ଦେଖିଲେ ଜାଣିପାରିବେ ତାହା ବାସ୍ତବ ନୁହେଁ। ଇସ୍ରାଇଲର କଳାକାର ବିକା ବ୍ରେନଙ୍କର ଏ ହେଉଛି ଆଶ୍ଚର୍ଯ୍ୟ ଚକିତ କଲାଭଳି ହ୍ୟାଣ୍ଡ ପେଣ୍ଟ। ସେ ଭ୍ରମ ସୃଷ୍ଟିକାରୀ ଆର୍ଟ କରିବାରେ ଧୁରୀଣ। ଆଉ ସେସବୁ ଏତେ ଜୀବନ୍ତ ଲାଗେ ଯେ, ଦେଖୁ ଦେଖୁ ଲାଗେ ଯେମିତି ସତରେ ପାପୁଲିରେ ବଡ କଣା ଅଛି, ପାପୁଲି କଟି ଦୁଇ ଫାଳ ହେଇଯାଇଛି ଅବା ପାପୁଲିକୁ ଏତେ ଜୋର୍ରେ ବାନ୍ଧାଯାଇଛି ଯେ, ପାପୁଲିର ହାଡ ଭାଙ୍ଗି ସଙ୍କୁଚିତ ହୋଇଯାଇଛି ଅବା ଆଙ୍ଗୁଠି ଦୁଇଖଣ୍ଡ ହୋଇଯାଇଛି। ବିକା ବ୍ରେନ ପେଣ୍ଟ କରିବା ପାଇଁ ମୁଖ୍ୟତଃ କଳାରଙ୍ଗ ବ୍ୟବହାର କରନ୍ତି। ପେଣ୍ଟ କଲାପରେ କଳା ବ୍ୟାକ୍ଗ୍ରାଉଣ୍ଡରେ ପାପୁଲିରେ ହୋଇଥିବା ସେହି ପେଣ୍ଟିଂର ଫଟୋ ଉଠାନ୍ତି। ଯଦ୍ୱାରା ହ୍ୟାଣ୍ଡପେଣ୍ଟର ଫଟୋସବୁ ବାସ୍ତବ ପରି ମନେହୁଏ।