ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ ଓ ମନଲୋଭା କଳାକୃତିର ହାଣ୍ଡିକ୍ରାଫ୍ଟ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ’ ଏକ୍ସପୋରେ ବିଭିନ୍ନ ରାଜ୍ୟର କାରିଗର ଓ କଳାକୃତିର ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀଗୁଡିକୁ କିଣିବାକୁ ଲୋକେ ଭିଡ ଜମାଉଛନ୍ତି। ବିଶେଷ କରି ମାଟି ହାଣ୍ଡି, କପ୍, ଗଡା, ଫୁଲଦାନି, ତଉଲା, ବାଉଲ ଏବଂ ପାଣି ପାତ୍ର ଭଳି ଅନେକ ପ୍ରକାରର ମାଟି ଓ ଚୂନ ପଥରର ବ୍ୟାପକ ସମ୍ଭାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ଗୋଟିଏ ପଟରେ ମନ ପସନ୍ଦର ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସାଙ୍ଗକୁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ କଳାକୃତିର ଉତ୍ପାଦ ସୁଲଭ ମୂଲ୍ୟରେ ମିଳୁଥିବାବେଳେ ଅପରପକ୍ଷରେ ଚାରିଆଡେ ଘରକରଣା ସାମଗ୍ରୀ ଖୋଜିବା ଅପେକ୍ଷା ଗୋଟିଏ ସ୍ଥାନର ଗ୍ରାହକ ମନ ପସନ୍ଦର ସାମଗ୍ରୀ ପାଇପାରୁଥିବାରୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀର ଚାହିଦା ମେଳା ଆରମ୍ଭ ଆଜି ପର୍ଯ୍ୟନ୍ତ ବେଶ ଉତ୍ସାହଜନକ ରହିଛି ବୋଲି ପ୍ରଦର୍ଶନୀର ଆୟୋଜକ କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କାମଧେନୁ ଖଦି ଉଲ ପାନିପଥ ପକ୍ଷରୁ ଆୟୋଜିତ ଏହି ମାସିକିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୨୦୨୪ ନଭେମ୍ବର ୨୪ ରୁ ଡିସେମ୍ବର ୨୫ପର୍ଯ୍ୟନ୍ତ ଏହି ମେଳା ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଓ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଖୋଲା ରହିଛି। ସେହିଭଳି ଏହି ମେଳାରେ ୧୭ ରାଜ୍ୟର ବୁଣାକାର ସଂଘ, ବ୍ୟବସାୟୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନର ଆକର୍ଷଣୀୟ ଷ୍ଟଲ ସାଙ୍ଗକୁ ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଓ ପୋଷାକର ସମ୍ଭାର ଉପଲବ୍ଧ ରହିଛି। ଅପରପକ୍ଷରେ ଏହି ମେଳା ୩୦ଦିନରେ ପହଞ୍ଚତ୍ଛି। ଏହି ପ୍ରଦର୍ଶନୀରେ ୧୭ ରାଜ୍ୟର ବ୍ୟବସାୟୀ ମୋଟ ୯୦ଟି ଷ୍ଟଲ ଜରିଆରେ ସେମାନଙ୍କର ପୋଷାକ ଓ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉଭୟ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।