Categories: ଫୁରସତ

‘ହ୍ୟାଣ୍ଡଲୁମ୍‌- ଏକ ଭାରତୀୟ ଉତ୍ତରାଧିକାରୀ’

ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ ଭୂମିକା ରହିଛି ତାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ହ୍ୟାଣ୍ଡଲୁମ୍‌ ବା ହସ୍ତତନ୍ତ ଶିଳ୍ପ ବିଷୟରେ ସଚେତନତା ସୃଷ୍ଟି କରିବା। ଚଳିତ ବର୍ଷ ୨୦୨୧ ଜାତୀୟ ହସ୍ତତନ୍ତ ଦିବସର ଥିମ୍‌ ରହିଛି, ‘ହ୍ୟାଣ୍ଡଲୁମ୍‌-ଏକ ଭାରତୀୟ ଉତ୍ତରାଧିକାରୀ’। ଏହାର ଇତିହାସ କହେ, ହସ୍ତତନ୍ତ ଶିଳ୍ପର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜୁଲାଇ ୨୦୧୫ରେ ବର୍ତ୍ତମାନର ସରକାର ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ ସ୍ବଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ଅଗଷ୍ଟ ୭କୁ ହସ୍ତତନ୍ତ ଦିବସ ଭାବେ ପାଳନ କରାଗଲା। ଏହା ପରଠାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ।

Share