Posted inଫୁରସତ

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍‌ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍‌ଙ୍କୁ ଏକ ସ୍ଥାପତ୍ୟ ନିର୍ମାଣ କରି ମରୁଭୂମିର ଶୂନ୍ୟତାକୁ ପୂରଣ କରିବାକୁ କହିଥିଲା। ଏହାପରେ ସେ କିଛି ଭିନ୍ନ କରିବାକୁ ଯୋଜନା କରି ସ୍ଥାପତ୍ୟ ନିର୍ମାଣ କାମ ଆରମ୍ଭ କରିଥିଲେ। ୧୯୯୨ ମାର୍ଚ୍ଚ ମାସରେ ସେ ଏକ ଅଦ୍ଭୁତ ସ୍ଥାପତ୍ୟର ନିର୍ମାଣ କାମ ସାରିଥିଲେ। ଆଉ ତାହା ଥିଲା ଏକ ବିରାଟକାୟ ହାତର ପାପୁଲି, ଯାହାକି ମରୁଭୂମିର ବାଲି ଭିତରୁ ବାହାରିଥିବା ଭଳି ଲାଗୁଥିଲା। ଆଣ୍ଟୋଫାଗାସ୍ତାର ଦକ୍ଷିଣକୁ ୧ ଘଣ୍ଟାର ଦୂରତାରେ ଅଛି ଏହି ବିରାଟକାୟ ହାତର ସ୍ଥାପତ୍ୟ। ୩୬ ଫୁଟ୍‌ ଉଚ୍ଚତାବିଶିଷ୍ଟ ଏହି ହାତ ସିମେଣ୍ଟ, କଂକ୍ରିଟ୍‌ରେ ତିଆରି। ଏହାର ଫ୍ରେମ୍‌ ଲୁହାରେ ନିର୍ମିତ। ବିସ୍ତୀର୍ଣ୍ଣ ମରୁଭୂମିରେ ଏହି ବିରାଟକାୟ ହାତ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ହରାଇଥିବା ରୀନାଙ୍କୁ ଭେଟିଲେ ମହିଳା ସମିତି ପ୍ରତିନିଧି ଦଳ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦଙ୍କୁ ତାଙ୍କ ବିଜେପୁର ନିକଟ ପଡ଼ା ଗ୍ରାମକୁ ଯାଇ ବରଗଡ଼ ମହିଳା...

ଟାରିଫ ଓ୍ବାରରେ ଚାଇନାକୁ ଲାଗିଛି ଜବରଦସ୍ତ ଝଟକା, କାହିଁକି ଏମିତି ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବିଷୟରେ ନିଜ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେରିକାର ଲୋକମାନେ ଯେଉଁ ସମସ୍ୟାର...

ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା,୫।୪(ମନ୍ମଥ ମିଶ୍ର): ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ପୁଅର ମୃତ୍ୟୁକୁ ପରିବାର...

ଓ୍ବକ୍‌ଫ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୫।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ଶୁକ୍ରବାର କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି...

କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା

ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ...

ଏଭଳି ପୁଅ ମରିଯିବା ଭଲ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ...

ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ କେତେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିମ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଯୋଜନା) କାର୍ଯ୍ୟକାରୀ କରିବା ପାଇଁ ଭାଜପା ନେତୃତ୍ୱାଧୀନ ଦିଲ୍ଲୀ ସରକାର...

ସରକାରୀ କର୍ମଚାରୀ ହୁଅ କି ଆଇଟି ଦିଅ: ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନ କାର୍ଡ

ଭୁବନେଶ୍ୱର,୪।୫: ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ପ୍ରେସମଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରୀ କର୍ମଚାରୀ ହୁଅନ୍ତୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image