Categories: ଫୁରସତ

ବିଶ୍ୱର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ, ଚେହେରା ଦେଖିଲେ ଫସିବେ

ଆପଣ ବିଶ୍ୱରେ ଅନେକ ମଡେଲ ଦେଖିଥିବେ। ଯେଉଁମାନେ କି ସେମାନଙ୍କ କାର୍ଯ୍ୟଦକ୍ଷତା ଆଉ ସୁନ୍ଦର ଚେହେରା ପାଇଁ ବେଶ୍‌ ପରିଚିତ। ମାତ୍ର ଏହି କଥାକୁ ଭାଙ୍ଗିଛନ୍ତି ଜଣେ ଶିକ୍ଷକ। ଯିଏ କି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା। ବିଶେଷ କଥା ହେଲା ଏହି ଗଣିତ ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦେବା ସହିତ ବୃତ୍ତିରେ ବି ଜଣେ ମଡେଲ।

ଏହି ହ୍ୟାଣ୍ଡସମ ଗଣିତ ଶିକ୍ଷକଙ୍କ ନାମ ହେଉଛି ପିଟ୍ରୋ ବୋସେଲି। ପିଟ୍ରୋଙ୍କୁ ୩୨ ବର୍ଷ। ପିଲାମାନଙ୍କୁ ମଡେଲିଂ କରିବା ସହିତ ସେ ଗଣିତ ଶିକ୍ଷା ଦିଅନ୍ତି। ମେକାନିକାଲ ଇଞ୍ଜିନିୟରିଂରେ ଡକ୍ଟରେଟ କରିଥିବା ପିଟ୍ରୋ ଇଣ୍ଟରନେଟ୍‌ରେ ‘ଗଣିତ ମଡେଲ’ ଭାବରେ ମଧ୍ୟ ଜଣାଶୁଣା।

୨୦୧୬ରେ ହଠାତ୍‌ ପିଟ୍ରୋ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଜଣେ ଛାତ୍ର ସୋସିଆଲ ମିଡିଆରେ ପିଟ୍ରୋଙ୍କ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଥିଲା। ସେବେଠାରୁ ମଡେଲିଂ ଦୁନିଆରେ ତାଙ୍କର ଅହେତୁକ ଚାହିଦା ବଢ଼ିଲା।

ପିଟ୍ରୋଙ୍କ ଅନେକ ଫଟୋ ବଡ଼ ବଡ଼ ପତ୍ରିକାର କଭର ପୃଷ୍ଠାରେ ସ୍ଥାନ ପାଇଛି। ସେ କହିଛନ୍ତି, ଗଣିତ ଏବଂ ପଦାର୍ଥ ବିଜ୍ଞାନ ପ୍ରତି ତାଙ୍କର ୧୫ ବର୍ଷରୁ ଆଗ୍ରହ ବଢ଼ିଥିଲା। ଏହା ପରେ ସେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଥିଲେ। ପରେ ଛାତ୍ରୀଛାତ୍ରଙ୍କୁ ପଢ଼ାଇଥିଲେ। ଏହା ସହିତ ପିଟ୍ରୋ ଅରମାନି, ଟମି-ହିଲଫିଗର୍‌ ପରି ବଡ଼ ଅନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଂ କରୁଛନ୍ତି।

କେବଳ ଏତିକି ନୁହେଁ, ପିଟ୍ରୋଙ୍କର ୧ ଲକ୍ଷରୁ ଅଧିକ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ଅଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ୧୫ ବର୍ଷରୁ ତାଙ୍କର ଗଣିତ ପ୍ରତି ଆଗ୍ରହ ଥିଲା। ସେ ସ୍କୁଲରେ ନିଜେ ପଢ଼ିବା ସହ ଅନ୍ୟ ପିଲାମାନଙ୍କୁ ମଧ୍ୟ ପଢ଼ାଉଥିଲେ।

ପିଟ୍ରୋ କହିଛନ୍ତି, ମୁଁ ଇଞ୍ଜିନିୟରିଂକୁ ଭଲ ପାଏ। ଇଞ୍ଜିନିୟରିଂ ଅଧ୍ୟୟନ କରି, ମୋ’ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ଏକ ଭିନ୍ନ ଆଲୋକରେ ଦେଖିବାକୁ ପାଇଲି।

Share