ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ…

ଆଗ୍ରା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ ଦିଆଯାଇଛି। ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାକୁ ଏଭଳି ଦଣ୍ଡ ଦେଇଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

କେତେକ ସଂଗଠନ ପକ୍ଷରୁ ପ୍ରେମୀ ଯୁଗଳଙ୍କୁ ଧରି ବିବାହ କରିବାକୁ ଚେତାବନୀ ଦିଆଥିବାବେଳେ କିଛି ସଂଗଠନ ପ୍ରେମୀ ଯୁଗଳଙ୍କ ମାତାପିତାଙ୍କୁ ଡକାଇବାକୁ ସତର୍କ ସୂଚନା ଜାରି କରିଛନ୍ତି। ସେହିପରି କେତେକ ସଂଗଠନ ଭାଲେଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାରେ ଅଗ୍ନି ସଂଯୋଗ କରି ଜଳାଇ ଦେଇଛନ୍ତି।

ଅପରପକ୍ଷରେ କିଛି ସଂଗଠନ ପ୍ରେମୀଯୁଗଳଙ୍କୁ ଧରି ମୁହଁରେ କଳା ବୋଳି ଗଧ ପିଠିରେ ବସାଇ ବୁଲାଇବାକୁ ଚେତାବନୀ ଦିଆଯାଇଛି।

ସେମାନେ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ଭାଲେଣ୍ଟାଇନ୍ସ୍‌ ଡେ’କୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଧରା ଯାଇଥିଲା। ପଚରାଉଚରା ସମୟରେ ଭାଲେଣ୍ଟାଇନ୍ସ୍‌ ଡେ’ ଭାରତର ବାସିନ୍ଦା ନୁହେଁ ବୋଲି କହିଥିଲା। ସେ ବିଦେଶୀ। ତାର ନାମ ଭାଲେଣ୍ଟାଇନ୍ସ୍‌ ଡେ’। ମାତ୍ର କୌଣସି ଉତ୍ସବ ନୁହେଁ ବୋଲି ପ୍ରକାଶ କରିଥିଲା। ଏହାପରେ ସୋମବାର ସକାଳେ ବିଚାର କରାଯାଇ ଭାଲେଣ୍ଟାଇନ୍ସ୍‌ ଡେ’କୁ ଫାଶୀ ଦଣ୍ଡାଦେଶ କରାଯାଇଥିବା ଏସବୁ ସଂଗଠନ ପକ୍ଷରୁ କୁହାଯାଇଛି।

Share