Posted inଜାତୀୟ

ଫାଶୀ ଦେଲେ ମହିଳା ବିଚାରପତି, ଏବେ ଏସବୁ ନେଇ ଉଠୁଛି ପ୍ରଶ୍ନ…

ଲକ୍ଷ୍ନୌ,୩।୨ : ଉତ୍ତରପ୍ରଦେଶର ବାଦାଉ୍‌ଁ ଜିଲାରେ ସରକାରୀ ବାସଭବନରୁ ଜଣେ ମହିଳା ବିଚାରପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି ବିଚାରପତି ଆତ୍ମହତ୍ୟା କରିଛନ୍ତି। ଶନିବାର ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ, କାର୍ଯ୍ୟାଳୟର କିଛି ଲୋକ ଘରକୁ ଆସିଥିଲେ। ଯେତେବେଳେ ତାଙ୍କର କବାଟ ଖୋଲିଲା ନାହିଁ, ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ଜଣେ ମହିଳା ବିଚାରପତି ବିଚାର ବ୍ୟବସ୍ଥାରେ ବିରକ୍ତ ହୋଇ ଆତ୍ମହତ୍ୟା କରିବାକୁ ଅନୁମତି ମାଗିଥିଲେ।

ମହିଳା ବିଚାରପତିଙ୍କ ନାମ ଜ୍ୟୋତ୍ସ୍ନା ରାୟ ବୋଲି କୁହାଯାଉଛି। ସେ ମାଉ ଜିଲାର ବାସିନ୍ଦା ଥିଲେ। ୨୯ ବର୍ଷିୟା ଜ୍ୟୋତ୍ସ୍ନାଙ୍କୁ ବାଦାଉଁ ଜିଲାର ଜୁନିୟର ଡିଭିଜନ ମାଜିଷ୍ଟ୍ରେଟ ଭାବରେ ପୋଷ୍ଟିଂ କରାଯାଇଥିଲା। ଏହାପୂର୍ବରୁ ତାଙ୍କୁ ଅଯୋଧ୍ୟା ଜିଲାରେ ପୋଷ୍ଟିଂ କରାଯାଇଥିଲା। ବର୍ତ୍ତମାନ ବିଚାରପତିଙ୍କ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ପ୍ରଶ୍ନ ଉଠାଉଛନ୍ତି।

ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି ବିଚାର ବ୍ୟବସ୍ଥାରେ ସନ୍ତୁଷ୍ଟ ନ ହୋଇ ଜଣେ ବିଚାରପତି ଆତ୍ମହତ୍ୟା କରିବାକୁ ଅନୁମତି ମାଗିଥିଲେ ଏବଂ ବର୍ତ୍ତମାନ ଜଣେ ବିଚାରପତି ଆତ୍ମହତ୍ୟା କରିଛନ୍ତି, ଦେଶ କେଉଁ ଆଡେ ଯାଉଛି? ଜଣେ ଲେଖିଛନ୍ତି ପିଲାମାନେ ଆତ୍ମହତ୍ୟା କରୁଛନ୍ତି, କୃଷକମାନେ ନିଜ ଜୀବନ ଦେଉଛନ୍ତି, ବର୍ତ୍ତମାନ ବିଚାରପତିମାନେ ମଧ୍ୟ ଆତ୍ମହତ୍ୟା କରୁଛନ୍ତି ଏବଂ ସରକାର ତଥା ଅନୁଷ୍ଠାନଗୁଡ଼ିକ କେବଳ ନିଷ୍କ୍ରିୟ ହୋଇ ବସିଛନ୍ତି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ବିଚାରପତିଙ୍କ ଆତ୍ମହତ୍ୟା ପ୍ରକୃତରେ ଅତ୍ୟନ୍ତ ଚିନ୍ତାଜନକ, ଏହି ଦିଗରେ ପଦକ୍ଷେପ ନିଆଯିବା ଉଚିତ ଏବଂ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ।

ମିଳିଥିବା ସୂଚନା ଅନୁଯାୟୀ, ବିଚାରପତିଙ୍କ ସହ ଯୋଗାଯୋଗ ନ କରି କର୍ମଚାରୀମାନେ ଘରେ ପହଞ୍ଚିଥିଲେ। ଯେତେବେଳେ କବାଟ ଖୋଲିଲା ନାହିଁ, ପୋଲିସକୁ ସୂଚନା ଦିଆଯାଇଥିଲା। କବାଟ ଭାଙ୍ଗିବା ପରେ ଜଜଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି ଘରେ କିଛି ଡକ୍ୟୁମେଣ୍ଟ ମଧ୍ୟ ମିଳିଛି। ତେବେ ଏଥିରେ କ’ଣ ଅଛି ସେ ସମ୍ବନ୍ଧରେ ସୂଚନା ପ୍ରକାଶ କରାଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri