ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଝୁଲୁଥିବାର ଦେଖିବାକୁ ମିଲିଛି। ମୃତ ଯୁବକ ଜଣକ ହେଲେ ଉଲବା ପଞ୍ଚାୟତ ସରମୁହାଣ ଗାଁର ଗୋପାଲ ମେହେର ବୋଲି ଜଣାପଡିଛି। ଗତକାଲି ଅପରାହ୍ନ ୨ ଟା ସମୟରୁ ଠାରୁ ଘରୁ ସେ ନିଖୋଜ ଥିବାନେଇ ପରିବାର ଲୋକେ ପାଟଣାଗଡ ଥାନାରେ ଆଜି ରାତି ୨ ଟା ସମୟରେ ଅଭିଯୋଗ କରିଥିଲେ। ଆଜି ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଲିଛି। ଏ ବିଷୟରେ ପାଟଣାଗଡ ପୁଲିସ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।