ନିଶ୍ଚିନ୍ତକୋଇଲି, ୩୧।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟର ୨ୟ ମହଲାରେ ଲାଗିଥିବା ଏକ ପଙ୍ଖାରୁ ମଙ୍ଗଳବାର ଅପରାହ୍ନରେ ତରତ ରାଜସ୍ବ ନିରୀକ୍ଷକ (ଆର୍ଆଇ) ସଞ୍ଜୟ କୁମାର ଦାସ(୪୮)ଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଖବରପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ତନାଘନା ଆରମ୍ଭ କରିଛି । କାର୍ଯ୍ୟାଳୟ ଛୁଟି ପରେ ସଞ୍ଜୟ ଅଫିସକୁ କାହିଁକି ଆସିଥିଲେ। ଏହାକୁ କିଏ ଓ କାହିଁକି ଖୋଲିଥିଲା ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ସଞ୍ଜୟଙ୍କ ବଦଳି ତିଗିରିଆ ତହସିଲକୁ ହୋଇଥିବା ଜଣାପଡ଼ିଛି। ସେ ନିଶ୍ଚିନ୍ତକୋଇଲି ବ୍ଲକ ଛକ ନିକଟରେ ପରିବାର ସହ ଭଡ଼ା ନେଇ ରହୁଥିଲେ।