
କଟକ,୧୪।୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ଘରେ ଘରେ ଚାଲିଛି ପଣା ପ୍ରସ୍ତୁତ। ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶଦ୍ଧାଳୁଙ୍କ ଲାଗିଛି ଲମ୍ବା ଲାଇନ୍। ଏହି ପରିପ୍ରେକ୍ଷୀରେ କଟକ ବିଡାନାସୀ ସ୍ଥିତ ଇସ୍କନ ମନ୍ଦିରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମନ୍ଦିରରୁ ଜଣେ ପୂଜକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ସଂଗ୍ରାମ ସାମଲ । ସେ ୬ ବର୍ଷ ହେଲା ଇସ୍କନ ମନ୍ଦିରରେ ପୂଜକ ଭାବେ କାମ କରୁଥିଲେ । ଅନ୍ୟପକ୍ଷେ ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପୂଜକଙ୍କ ମା’ ଅଭିଯୋଗ କରିଛନ୍ତି।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରା ଘଟଣାର ଅଧିକ ତଦନ୍ତ ଚଳାଇଛି।