ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ କୋମଟିମୁଣ୍ଡା ଗାଁ ଖେଳ ପଡିଆ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ସୁନାବେଡ଼ା ପଞ୍ଚାୟତ ଗାତିବେଡା ଗାଁର ଆଲାମ ଧରୁଆ(୨୮)। ସୂଚନା ମୁତାବକ ଆଲାମ ନିଜ ବଡଭାଇଙ୍କ ବାହାଘର ଭୋଜି ପାଇଁ ଦୋକାନ ସାମଗ୍ରୀ କିଣିବାକୁ ସମ୍ପର୍କୀୟ ଭାଇ ଶୁଭେଙ୍କ ସହ ଉଦ୍ୟାନବନ୍ଧକୁ ବାଇକ୍‌ ଯୋଗେ ଯାଇଥିଲେ। ହେଲେ ସେଠାରେ କାମ ସାରି ସେ କୁଆଡେ ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଶୁଭେ ଏକ ପିକ୍‌ଅପରେ ସାମଗ୍ରୀ ଧରି ଘରକୁ ଫେରି ସମସ୍ତଙ୍କୁ ଜଣାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ଏପରିସ୍ଥଳେ ସୋମବାର କୁମୁଟିମୁଣ୍ଡା ଖେଳପଡିଆ ରାସ୍ତା କଡ ଗଛରେ ନିଜେ ପିନ୍ଧିଥିବା ଶାର୍ଟକୁ ବେକରେ ଲଗାଇ ଝୁଲୁଥିବା ଖବର ପାଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଜଙ୍ଗଲ ଜମି ଯୋଜନା ରେ ୧୪ ପରିବାରକୁ ମିଳିଲା…..

କର୍ଲାମୁଣ୍ଡା:୧୮।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ୧୪ ଆଦିବାସୀ ପରିବାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ମୋ ଜଙ୍ଗଲ ଜମି ଯୋଜନାରେ...

ଆଉଟସୋର୍ସିଂ କର୍ମଚାରୀଙ୍କ ୩ ଦଫା ଦାବି: ପୂରଣ ନ ହେଲେ ୨୪ରୁ ଭୁବନେଶ୍ୱରରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ଛତ୍ରପୁର, ୧୮।୩ (ସନ୍ତୋଷ ପାଢ଼ୀ ): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ୩ ଦଫା ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ...

ହଂସରାଜ ବାର ବିଦେଶୀ ମଦ ଦୋକାନରୁ   ବଡ଼ ଧରଣ ଚୋରି, କଳାକନା ବୁଲାଇଲେ…

ଗଞ୍ଜାମଳ,୧୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଜୟଶ୍ରୀ ଛକ ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଂସରାଜ ବାର ବିଦେଶୀ ମଦ ଦୋକାନରୁ ବଡ଼ ଧରଣର...

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ...

ଦୃଷ୍ଟିବାଧିତଙ୍କ ପାଇଁ ଖୁସିଖବର: କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

କଟକ,୧୮।୩: କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଜାପାନର ସୁକୁବା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବ । ସନ୍ଥକବି ଭୀମଭୋଇଙ୍କ...

ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରାଯାଉ: ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ଚେତାବନୀ

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ): ଆଉଟ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ଦରମା, ଛଟେଇ ପ୍ରକ୍ରିୟାକୁ ବନ୍ଦ କରିବା ସହ ପୂର୍ବ ସରକାରଙ୍କ ନିଷ୍ପତ୍ତି ତୁରନ୍ତ...

ସଂସଦରେ ଜିଲାର ହକ୍‌ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

କେନ୍ଦୁଝର,୧୮।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସୋମବାର ସଂସଦରେ ରେଳ ବିଭାଗ ସମ୍ପର୍କିତ ଜିଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।...

ଗଞ୍ଜେଇ କାରବାରରେ ୮ ଗିରଫ, ପରିବାର ଲୋକେ ୪ ଘଣ୍ଟା ରାସ୍ତାରୋକ ସହିତ ଥାନା ଘେରାଉ

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁ ପଦର ଗ୍ରାମର କିଛି ଘରେ ପୋଲିସ ଚଢାଉ କରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image