୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା ଥାନା ମଦନମୋହନପୁରର ଜି.ବୁଡ଼ୁଗାଙ୍କ ସହ ଶାନ୍ତିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ୪ ମାସ ତଳେ ଉଭୟେ ବିବାହ କରିଥିଲେ। ସେମାନେ ସାନକୁଶସ୍ଥଳୀ ଗଁାରେ ଏକ ଭଡ଼ାଘରେ ରହୁଥିଲେ। ଶୁକ୍ରବାର କୌଣସି କାର୍ଯ୍ୟ ନେଇ ବୁଡ଼ୁଗା ନିକଟସ୍ଥ ବଜାରକୁ ଆସିଥିବା ବେଳେ ତାଙ୍କ ସ୍ତ୍ରୀ ଶାନ୍ତି ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ବୁଡ଼ୁଗା ଘରକୁ ଆସି ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ଏ ନେଇ ଘର ମାଲିକଙ୍କ ଅଭିଯୋଗ କ୍ରମେ ଏକ ଅପମୃତ୍ୟୁ ମାମଲା(ନଂ.୨୦/୨୧) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।