ଝୁଲନ୍ତା ମୃତ ଦେହ ଉଦ୍ଧାର

ଝରିଗାଁ, ୨୬।୧୦(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରୋଣ୍ଡି ଗ୍ରାମର ନକୁଳ ଭତ୍ରା(୨୨) ଓ ତାଙ୍କ ପ୍ରେମିକା ଇନ୍ଦୁମତୀ (୧୯)।
ନକୁଳ ଓ ଇନ୍ଦୁମତୀଙ୍କର ଦୀର୍ଘଦିନରୁ ପ୍ରେମ ସମ୍ପର୍କ ଥିଲା। ଏହା ମଧ୍ୟରେ ସେମାନେ ଗତ ୩ ତାରିଖରେ ଘର ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରି ପାଇଥିଲେ। ସେମାନଙ୍କର ବିବାହ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଉଭୟ ଘରକୁ ଫେରିଥିଲେ। ଏହାପରେ ନକୁଳଙ୍କ ଘରେ ଇନ୍ଦୁମତୀ ରହୁଥିଲେ। ସୋମବାର ନକୁଳଙ୍କ ପରିବାର ଲୋକେ ଜମିରୁ ଅପରାହ୍ନ ପ୍ରାୟ ୫ଟାରେ ଘରକୁ ଫେରିଥିଲେ। ନକୁଳଙ୍କ ରୁମ୍‌ କବାଟ ଭିତରପଟୁ ବନ୍ଦ ରହିଥିବା ଦେଖି ସେମାନେ ତାଙ୍କୁ ଡାକିଥିଲେ। କିନ୍ତୁ ନକୁଳ କୌଣସି ଉତ୍ତର ନ ଦେବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ନକୁଳ ଏବଂ ଇନ୍ଦୁମତୀ ଗୋଟିଏ ଓଢ଼ଣୀ ସାହଯ୍ୟରେ ଫାଶୀ ଲଗାଇଥିବା ପରିବାର ଲୋକେ ଦେଖିଥିଲେ। ନକୁଳଙ୍କ ବାପା ମଙ୍ଗଳବାର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ୍‌ ନଂ. ୭୧ ଏବଂ ୭୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ତଦନ୍ତକାରୀ ପୋଲିସ ଏସ୍‌ଆଇ ସନ୍ତୋଷ କୁମାର ମାଝି କହିଛନ୍ତି। ଅଭିଯୋଗ ପାଇବା ପରେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ କରିଛି। ଝରିଗାଁ ତହସିଲଦାର ହୃଷୀକେଶ ଗଣ୍ଡ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରାହ୍ନରେ ନିରୋଣ୍ଡି ଗ୍ରାମରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share