୧ କେଜି ଗଞ୍ଜେଇ ପାଇଁ ଫାଶୀ

ସିଙ୍ଗାପୁର,୨୭ା୪ : ଏକ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ ଷଡ଼ଯନ୍ତ୍ରରେ ଦୋଷୀସାବ୍ୟସ୍ତ ଜଣେ ବନ୍ଦୀଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେଇଛନ୍ତି। ଏପରିକି ଅନ୍ତର୍ଜାତୀୟ ସ୍ତରରେ ଫାଶୀଦଣ୍ଡ ବନ୍ଦ ଲାଗି ଆହ୍ବାନ ସତ୍ତ୍ୱେ ସିଙ୍ଗାପୁର ଏହାକୁ ଭ୍ରୂକ୍ଷେପ କରିନାହିଁ। ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଫାଶୀ ବନ୍ଦ ରଖିବା ପାଇଁ ବିଚାର କରିବାକୁ ସିଙ୍ଗାପୁରକୁ କୁହାଯାଇଥିଲା। ଟାଙ୍ଗାରାଜୁ ସୁପିଆ(୪୬)ଙ୍କୁ ବୁଧବାର ଚାଙ୍ଗି ଜେଲ୍‌ କମ୍ପ୍ଲେକ୍ସରେ ଫାଶୀ ଦିଆଯାଇଥିବା ଦେଶର ଜେଲ ବିଭାଗ ମୁଖପାତ୍ର କହିଛନ୍ତି। ୧,୦୧୭.୯ ଗ୍ରାମ ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨୦୧୭ରେ ଟାଙ୍ଗାରାଜୁଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା। ୨୦୧୮ରେ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ।

Share