ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗାଁର ମହାନ୍ତ ସାହିରୁ ଶୁକ୍ରବାର ସାକଳେ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ।
ନିକୁଞ୍ଜ ତାଙ୍କ ଶୋଇବା ଘର ଭିତରେ ଫ୍ୟାନରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ନିକୁଞ୍ଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।