Categories: ଫୁରସତ

ଝୁଲନ୍ତା ଅବସ୍ଥାରେ ପିକ୍‌ନିକ

ପିକ୍‌ନିକ ଯିବାକୁ କାହାକୁ ବା ଭଲ ନ ଲାଗେ। ସୁନ୍ଦର ପ୍ରାକୃତିକ ଦୃଶ୍ୟରାଜି ଥିବା ସ୍ଥାନ ତ ସବୁବେଳେ ସମସ୍ତଙ୍କୁ ପିକ୍‌ନିକ୍‌ ପାଇଁ ଆକୃଷ୍ଟ କରିଥାଏ। ହେଲେ ଯେଉଁମାନେ ଆଡଭେଞ୍ଚର ପ୍ରିୟ ସେମାନଙ୍କ ପାଇଁ ବ୍ରାଜିଲରେ ଏବେ ଦିଆଯାଉଛି ଏକ ରୋମାଞ୍ଚକର ପିକ୍‌ନିକ୍‌ର ଅନୁଭୂତି। ଏହି ପିକ୍‌ନିକ୍‌ର ଅନୁଭୂତି ଏମିତି ଯେ, ଏହାକୁ ଆଜୀବନ କେହି ଭୁଲି ପାରିବେ ନାହିଁ। ବ୍ରାଜିଲର ରିଓ ଗ୍ରାଣ୍ଡେ ଡି ଡୁ ସୁଲ୍‌ସ୍ଥ କାସ୍‌୍‌କାଟା ଦା ସେପୁଲତୁରା ନାମକ ଜଳପ୍ରପାତର ଦୃଶ୍ୟ ମନୋରମ। ସୁଉଚ୍ଚ ପାହାଡରୁ ବାହାରିଥିବା ଉକ୍ତ ଜଳପ୍ରପାତରେ ଏବେ ଦେଖିବାକୁ ମିଳୁଛି ଏକ ଛାତିଥରା ଦୃଶ୍ୟ। ଜଳପ୍ରପାତର ଉଚ୍ଚତମ ଭାଗରେ ଅନେକ ମେଟାଲ ତାର ସାହାଯ୍ୟରେ ପର୍ଯ୍ୟଟକଙ୍କୁ ଝୁଲନ୍ତା ଅବସ୍ଥାରେ ଝୁଲନ୍ତା କାଠ ଟେବୁଲ ଉପରେ ବସାଇ ଖାଦ୍ୟ ଓ ପାନୀୟ ପରଷା ଯାଉଛି। ଯାହାକୁ ପର୍ଯ୍ୟଟକ ବେଶ୍‌ ଖୁସିରେ ଖାଉଛନ୍ତି। ସେମାନେ କେବଳ ଗୋଟିଏ ସ୍ଥାନରେ ଝୁଲନ୍ତା ଅବସ୍ଥାରେ ବସି ଖାଇ ନ ଥାନ୍ତି। ବରଂ ଜିପ୍‌ ଲାଇନ୍‌ ସାହାଯ୍ୟରେ ଟେବୁଲ ଓ ଗ୍ରାହକଙ୍କୁ ଜଳପ୍ରପାତର କିଛି ଦୂରରୁ ଜଳପ୍ରପାତର ଖୁବ୍‌ ନିକଟକୁ ନିଆଯାଏ। ଏତେ ପାଖରୁ ଓ ଭୂମିଠାରୁ ଏତେ ଉଚ୍ଚତାରେ ଥାଇ ପିକ୍‌ନିକ୍‌ ଟେବୁଲରେ ବସି ଖାଇବାର ଅନୁଭୂତି ବେଶ ରୋମାଞ୍ଚକର। ୧୫ ମିନିଟ୍‌ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଏଭଳି ପିକ୍‌ନିକ୍‌ କରିବାର ସୁଯୋଗ ଦିଆଯାଏ। ଆଉ ଏଥିପାଇଁ ୪୫୦ଡଲାର ଦେବାକୁ ହୁଏ।

Share