ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼

କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା ସୋଲାର ବାଡ଼ ପ୍ରତିଷ୍ଠା କରାଯାଇଛି। ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଏହାର ଉଦଘାଟନ କରିଥିଲେ। ଏହି ସ୍ଥାନରେ କିଛି ମାସ ତଳେ ହାତୀପଲ ଟ୍ରେନ୍‌ ଲାଇନ ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଛୁଆହାତୀ ସମେତ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଆହତ ହୋଇଥିଲେ। ଏହା ଦ୍ବାରା ହାତୀମାନେ ରେଳ ଲାଇନକୁ ନ ଯାଇ ଜଙ୍ଗଲକୁ ଫେରି ଯିବେ ଏବଂ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଯିବେ।

Share