ବିବାହ ବନ୍ଧନରେ ବାନ୍ଧିହେଲେ ହଂସିକା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା ହଂସିକା ମୋଟୱାନି କିଛି ଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଶେଷରେ ରବିବାର ହଂସିକା ତାଙ୍କ ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ସୋହେଲ କଥୁରିୟାଙ୍କୁ ଜୟପୁରର ମୁଣ୍ଡୋତା ଫୋର୍ଟ ଆଣ୍ଡ ପ୍ୟାଲେସରେ ବିବାହ କରିଛନ୍ତି । ଏହି ବିବାହର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେଉଛି । ତେବେ ଏହି ବିବାହାରେ କେବଳ ପରିବାର ସଦସ୍ୟ ଓ ଅତି ନିକଟତମ ବନ୍ଧୁମାନେ ଯୋଗ ଦେଇଥିବା ସୂଚନା ରହିଛି । ବିବାହରେ ହଂସିକା ଲାଲ ଲେହେଙ୍ଗା ପିନ୍ଧିଥିବା ବେଳେ ସୋହେଲ ଅଲ-ଆଇଭରି ଶେରୱାନୀରେ ନଜର ଆସିଥିଲେ । ବିବାହର ପ୍ରଥମ ଫଟୋରେ ହଂସିକା ତାଙ୍କ କନ୍ୟା ଯାତ୍ରୀଙ୍କ ସହ ପୋଜ ଦେଉଥିବା ଦେଖାଯାଇଥିଲା । ବିବାହ ମଣ୍ଡପରେ ଏଣ୍ଟ୍ରି କରିବାର ଏକ ଭିଡିଓ ଫ୍ୟାନକ୍ଲବ ଓ ଫ୍ୟାନ ପେଜ ଦ୍ୱାର ଶେୟାର କରାଯାଇଥିବା ଦେଖାଯାଇଛି ।
ସେହିପରି ବରଣମାଳା ପିନ୍ଧିବା ସମୟରେ ଏକ ବିଶେଷ ଆୟୋଜନ କରାଯାଇଥିଲା । ଏହି ସମୟରେ ଚାରିପଟେ ବାଣ ଫୁଟିବା ସହ ଉଭୟ ଉଭୟଙ୍କୁ ମାଳ ପିନ୍ଧାଇଥିଲେ । ଏହାପରେ ଏମାନେ ପତ୍ନୀ-ପତି ଭଳି ହାତ ଧରିଥିବା ନଜର ଆସିଥିଲା । ହଂସିକା ଓ ସୋହେଲ ସିନ୍ଧି ପରମ୍ପରା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପୂର୍ବରୁ ଏମାନଙ୍କ ପ୍ରିୱେଡିଂର କିଛି ଫଟୋ ଓ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି କପଲ ଏକ ସୁଫି ନାଇଟର ଆୟୋଜନ କରିଥିବା ବେଳେ ପ୍ରି ୱେଡିଂ ଅଲ-ଥିମ ପାର୍ଟି, ଏହାପରେ ହଲଦି ସେରିମନି ରଖିଥିଲେ । ଶୁକ୍ରବାର ହଂସିକାଙ୍କ ମେହେନ୍ଦି ସେରିମନି ଥିଲା । ଅଭିନେତ୍ରୀଙ୍କ ବିବାହ ଉତ୍ସବ ଗତ ସପ୍ତାହରେ ମାତାଙ୍କ ମନ୍ଦିରରୁ ଆରମ୍ଭ ହୋଇଥିଲା ।

Share