ସୋହେଲଙ୍କ ବଧୂ ସାଜିବେ ହଂସିକା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ଆଜି ହାତକୁ ଦୁଇ ହାତ ହେବେ ବଲିଉଡ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ। ପ୍ରେମିକ ସୋହେଲ କଥୁରିୟାଙ୍କ ସହ ତାଙ୍କର ବିବାହ ଲାଗି ଶେଷ ହୋଇଛି ପ୍ରସ୍ତୁତି। ବିବାହ ପୂର୍ବରୁ ତାଙ୍କର ପ୍ରି-ଓ୍ବେଡିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମେହେନ୍ଦୀ, ସଙ୍ଗୀତ ପରେ ଶନିବାର ସୁଫି ନାଇଟ୍‌ର ଆୟୋଜନ କରାଯାଇଥିଲା। ଏହାର ଅନେକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହଂସିକା ସୋହେଲଙ୍କ ସହ ନାଚରେ ମଜ୍ଜିଥିବା ଦେଖାଯାଉଛି।

ଅଭିନୟ ବିଷୟରେ କଥା ହେଲେ ହଂସିକା ‘ଶାକା ଲାକା ବୁମ୍‌ ବୁମ୍‌’, ‘ସୋନପରୀ’ ଏବଂ ‘କ୍ୟୁକି ଶାଶ ଭି କଭି ବହୁ ଥି’ ଭଳି ଟେଲିଭିଜନ ଶୋ’ରେ ସେ ଶିଶୁ କଳାକାର ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ ବଲିଉଡ ଫିଲ୍ମ ‘କୋଇ ମିଲ ଗୟା’ ଏବଂ ଅନେକ ତେଲୁଗୁ ଫିଲ୍ମରେ କାମ କରିଛନ୍ତି।

Share