ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ ହାନସିକା ମୋଟୱାନୀଙ୍କ ମେହେନ୍ଦି ସମାରୋହ ଆୟୋଜିତ ହୋଇଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଆସନ୍ତା ୪ ତାରିଖରେ ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅଭିନେତ୍ରୀଙ୍କ ବିବାହ ଉତ୍ସବ ଡିସେମ୍ବର ୨ରୁ ଡିସେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ। ଜୟପୁରର ଏକ ୪୫୦ ବର୍ଷର ପୁରୁଣା ମୁଣ୍ଡୋଟା ଦୁର୍ଗରେ ବିବାହ କରିବେ ବୋଲି କୁହାଯାଉଛି।