ବିବାହ କରିବେ ହଂସିକା

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ ଡିସେମ୍ବର ୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇ ବିଜ୍‌ନେସ୍‌ମ୍ୟାନ୍‌ ସୋହେଲ ଖଟୁରିଆଙ୍କ ସହ ହଂସିକାଙ୍କ ବାହାଘର ହେବ। ହଂସିକା ଆରେଞ୍ଜ ମ୍ୟାରେଜ୍‌ କରୁଥିବା କେତେକ ଖବର ପ୍ରକାଶ ପାଇଥିବାବେଳେତାଙ୍କର କେତେଜଣ ଖାସ୍‌ ବନ୍ଧୁ ଏହା ଲଭ୍‌ ମ୍ୟାରେଜ୍‌ ବୋଲି କହୁଛନ୍ତି। ରାଜସ୍ଥାନ ଜୟପୁରରେ ତାଙ୍କ ଡେଷ୍ଟିନେଶନ୍‌ ଓ୍ବେଡିଂ ଅନୁଷ୍ଟିତ ହେବା ନେଇ ଖବର ପ୍ରକାଶ ପାଇଛି । ଏହି ୩୦ ବର୍ଷୀୟା ଅଭିନେତ୍ରୀଙ୍କର ମ୍ୟାରେଜ୍‌ ସେରେମୋନି ଡିସେମ୍ବର ୨ରୁ ଆରମ୍ଭ ହେବ। ବିବାହ କାର୍ଯ୍ୟରେ ପରିବାର ଓ କେତେଜଣ ଖାସ୍‌ ବନ୍ଧୁ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ପ୍ରକାର ଡ୍ରେସ୍‌କୋର୍ଟର ବ୍ୟବସ୍ଥା କରାଯାଇଥିବାବେଳେ ଜୟପୁର ରାଜପ୍ରସାଦରେ ବିବାହ ସମାରୋହର ଆୟୋଜନ କରାଯାଇଛି। ଶେଷଥର ପାଇଁ ଫିଲ୍ମ ‘ମହା’ରେ ହଂସିକାଙ୍କୁ ଦେଖାଯାଇଥିଲା।

Share