ୟୁରୋପରେ ସ୍ବାମୀଙ୍କ ସହ ହଂସିକା

ବ୍ରସେଲ୍ସ: ତେଲୁଗୁ ଅଭିନେତ୍ରୀ ହଂସିକା ମୋଟୱାନି ସ୍ବାମୀ ସୋହେଲ କାଥୁରିଆଙ୍କ ସହ ୟୁରୋପରେ ହନିମୁନ କଟାଉଛନ୍ତି। ସେମାନେ ଭିଏନାରେ ଖ୍ରୀଷ୍ଟମାସ ପାଳନ କରୁଥିବା ନେଇ ଏକ ଫଟୋ ଶେୟାର କରିଥିଲେ। ପରଦିନ ସେ ହଙ୍ଗେରି ରାଜଧାନୀ ବୁଡାପେଷ୍ଟରେ ସ୍ବାମୀଙ୍କ ସହ ବୁଲୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ କି ସେ ଏକ ଇ-ସ୍କୁଟରରେ ବସି ବୁଲୁଥିବା ଦୃଶ୍ୟ ସାମ୍‌ନାକୁ ଆସିଛି। ତେବେ ଚଳିତ ମାସ ୪ ତାରିଖରେ ହଂସିକା ରାଜସ୍ଥାନରେ ସୋହେଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହଂସିକା ପୁରୀ ଜଗନ୍ନାଥଙ୍କ ତେଲୁଗୁ ଚଳଚ୍ଚିତ୍ର ‘ଦେଶାମୁଦୁର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ୍‌ ଏବଂ କନ୍ନଡରେ ଅଭିନୟ କରିଥିଲେ। ତେବେ ତାଙ୍କୁ ଶେଷ ଥର ପାଇଁ ତାମିଲ ଥ୍ରୀଲର ଫିଲ୍ମ ‘ମାହା’ରେ ଦେଖିବାକୁ ମିଳିଥିଲା।

Share