ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ଭୁବନେଶ୍ୱର,୨୦ା୧(ସତ୍ୟଜିତ୍‌ ରାଉତ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେବା ସହ ନାମ ପରିବର୍ତ୍ତନ କରି ବଡ଼ବଡ଼ିଆଙ୍କୁ ଠକିଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ ଓ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି। ଏପଟେ ପୋଲିସ ତଦନ୍ତରୁ ଏମାନଙ୍କ କଳା ସାମ୍ରାଜ୍ୟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେବଳ ଠକେଇ ନୁହେଁ, ହଂସିତା ଓ ଅନିଲ ଯୁବତୀ ଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଇନ୍‌ଫୋସିଟି ଥାନାରେ ଉଭୟଙ୍କ ନାଁରେ ଦ ଇମୋରାଲ ଟ୍ରାଫିକ୍‌ (ପ୍ରିଭେନସନ୍‌) ଆକ୍ଟ ୧୯୫୬ର ଦଫା ୫, ଆଇଟି ଆକ୍ଟ ୨୦୦୦ର ଦଫା ୬୭ ଓ ଆଇପିସି ଦଫା ୧୨୦-ବିରେ ମାମଲା (ନଂ.୧୪/୨୦୨୫) ରୁଜୁ ହୋଇଛି। ପୂର୍ବ ମାମଲାର ତଦନ୍ତ ଅଧିକାରୀ ଦାୟିତ୍ୱରେ ଥିବା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ (ଏସ୍‌ସିୟୁ)ର ଇନ୍ସପେକ୍ଟର ମାନସ କୁମାର ସ୍ବାଇଁ ଘଟଣାର ଅନୁସନ୍ଧାନ କରୁଥିବାବେଳେ ଏହି ଆପରାଧିକ ଦିଗ ଜାଣିବାକୁ ପାଇଥିଲେ। ଏନେଇ ସେ ଇନ୍‌ଫୋସିଟି ଥାନାରେ ଏତଲା ଦେବା ପରେ ନୂଆ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ କୋର୍ଟକୁ ମଧ୍ୟ ଅବଗତ କରାଯାଇଛି। ଏହି ମାମଲାକୁ ଲଗାଇ ହଂସିତାଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୩ରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ବେଳେ ହଂସିତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ମିଳିଛି। ଏଥିସହ ବିଭିନ୍ନ ଗ୍ରାହକ ଓ ଏଜେଣ୍ଟଙ୍କ ସହ ଯୁବତୀଙ୍କ ଫଟୋ ପଠାଇ ଟଙ୍କା ଡିଲ୍‌ କରାଯାଇଥିବା ମଧ୍ୟ ଚାର୍ଟରୁ ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ। ଏହି ପାର୍ଟିରେ ଯୋଗ ଦେଉଥିବା ବହୁ ବଡ଼ବଡ଼ିଆ ଅତିଥିମାନଙ୍କୁ ଯୁବତୀ ଭେଟି ଦିଆଯାଉଥିବା ପୋଲିସ ପ୍ରମାଣ ପାଇଛି। ପୂର୍ବରୁ ଠକେଇ, ପାସ୍‌ପୋର୍ଟ ଜାଲିଆତି ଅଭିଯୋଗ ରହିଥିବା ବେଳେ ଏବେ ବେଆଇନ ଯୁବତୀ ଚାଲାଣ ମାମଲାରେ ହଂସିତା ଫସିଛନ୍ତି। ଆସନ୍ତା ମଙ୍ଗଳବାର ହଂସିତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହି ଯୁବତୀ ଚାଲାଣ ମାମଲା ତାଙ୍କ ଅଡୁଆ ବଢ଼ାଇପାରେ କୁହାଯାଉଛି।
ସୂଚନାଯୋଗ୍ୟ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ କରି କମିଶନରେଟ ପୋଲିସ ହଂସିତା ଏବଂ ଅନିଲଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କ ଅନେକ କୋଟିର ଦାମୀ ଗାଡ଼ି ସହ ସମ୍ପତ୍ତି ଠାବ କରିଥିଲା ପୋଲିସ ଓ ଆୟକର ବିଭାଗ। ଏପରିକି ଅନିଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଏବଂ ଆୟକର ବିଭାଗଠାରୁ ଇଡି ସଂଗ୍ରହ କରି ନେବା ସହ ଆର୍ଥିକ ଦିଗ ଉପରେ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri