ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ ଖୁସି ମିଳୁଛି। ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ରୋଗୀଙ୍କ ସହାୟତା ଲାଗି ସେ ଆଗକୁ ଆସିଛନ୍ତି। ଟୁଇଟର ସହାୟତାରେ ସେ ୧୦୦ ସ୍ବେଚ୍ଛାସେବୀଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି। ସେଥିରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ କର୍ନାଟକରେ ଥିବା ତାଙ୍କ ବନ୍ଧୁ ସାମିଲ ଅଛନ୍ତି।
ସାକ୍ଷାତକାରରେ ନିଜ ଟିମ୍ ନେଇ ହନୁମା କହିଛନ୍ତି, ପ୍ଲାଜମା, ଶଯ୍ୟା ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଡ଼ କରିପାରୁ ନ ଥିବା ଲୋକଙ୍କ ପାଖରେ ପହଞ୍ଚିବା ମୋର ଲକ୍ଷ୍ୟ। ହେଲେ ଏହା ପର୍ଯ୍ୟାପ୍ତ ନାହିଁ। ଭବିଷ୍ୟତରେ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଚାହୁଁଛି। ନିଜର ଏକ ଟିମ୍ ମୁଁ ପ୍ରସ୍ତୁତ କରିଛି। ଲୋକମାନେ ଏଥିରୁ ପ୍ରେରଣା ପାଉଛନ୍ତି। ମୋ ସହାୟତା କରୁଛନ୍ତି। ମୋ ସହ ହ୍ବାଟ୍ସଆପ୍ ଗ୍ରୁପ୍ରେ ସ୍ବେଚ୍ଛାସେବୀ ଭାବେ ୧୦୦ଜଣ ଯୋଡ଼ି ହୋଇଛନ୍ତି। ସେମାନଙ୍କ ଯୋଗୁ ଆମେ କିଛି ଲୋକଙ୍କ ସହାୟତା କରିପାରୁଛୁ। ଗ୍ରୁପ୍ରେ ସ୍ତ୍ରୀ, ଭଊଣୀ, ଆନ୍ଧ୍ରର କିଛି ସାଥୀ ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ମ୍ୟାଚ୍ ଲାଗି ଏପ୍ରିଲ ପହିଲାରୁ ଇଂଲଣ୍ଡ ଚାଲିଯାଇଛନ୍ତି। ଭାରତୀୟ ଟିମ୍ ଜୁନ୍ ୩ରେ ବ୍ରିଟେନ୍ ପହଞ୍ଚିବ। ସେମାନଙ୍କ ସହ ବିହାରୀ ଯୋଗ ଦେବେ।