ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ ପୂଜା ମଣ୍ଡପରେ ଶାଳା ସଂସ୍କାର, ଅଙ୍କୁରାରୋପଣ, ମଣ୍ଡଳ କରଣ, କଳସ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ କଳସ ପୂଜା, ଷୋଡ଼ଶ ସ୍ତମ୍ଭ ପୂଜନ, ମଣ୍ଡପ ଦେବତା ପୂଜନ, ସୂର୍ଯ୍ୟ ପୂଜା, ପାର୍ଶ୍ୱ ଦେବତା ପୂଜନ, ଯୁପସ୍ନାନ, ହନୁମାନ ଓ କରମସାନି ବିଗ୍ରହଙ୍କ ଧାନ୍ୟାଧିବାସ, ଅଗ୍ନି ସ୍ଥାପନ, ଆରତ୍ରିକ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ଉସତରାମ ଷଡ଼ଙ୍ଗୀ, କାର ଡନସନା, ପ୍ରହଲ୍ଲାଦ ସାହୁ, ଗଜପତି ବାରିକ, ନରେନ୍ଦ୍ର ଡନସନା, ଡୋଳାମଣି ସାହୁ, ଉଗ୍ରସେନ ସାହୁ, ନରେନ୍ଦ୍ର ଖୁଣ୍ଟିଆ, ଅଧିକାରୀ ମେହେର, ଲଲିତ ବୁଧିଆ, ବିଶ୍ୱଜିତ ସାହୁ, କୃଷ୍ଣ ପସାୟତ ସ୍ତ୍ରୀର କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ରୁପେଶ୍ବର ମହାପାତ୍ର, ପଣ୍ଡିତ ପଞ୍ଚମ, ପଣ୍ଡିତ ରାଜେଶ କୁମାର ମିଶ୍ର, ପଣ୍ଡିତ ବୁଲୁ ତ୍ରିପାଠୀ, ପଣ୍ଡିତ ଜେକି ସୁଶାରିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଞ୍ଚଳବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image