ଲଣ୍ଡନରେ ପହଞ୍ଚିଲା ହନୁମାନ ଚାଳିଶା ବିବାଦ

ଲଣ୍ଡନ/ନୂଆଦିଲ୍ଲୀ,୨ ।୫: ଲଣ୍ଡନର କିଛି ହିନ୍ଦୁ ସଙ୍ଗଠନ ହନୁମାନ ଚାଳିଶା ପାଠକୁ ସମର୍ଥନ କରିଛନ୍ତି । ଏହାସହ ଦେଶର କିଛି ରାଜ୍ୟର ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ଏମପି ନବନୀତ ରାଣା ଓ ତାଙ୍କ ବିଧାୟକ ପତି ରବି ରାଣାଙ୍କ ସହିତ ଭକ୍ତଙ୍କୁ ଗିରଫ କରିଛନ୍ତି ତାଙ୍କୁ ମଧ୍ୟ ନିନ୍ଦା କରାଯାଇଛି । ସୋମବାର ରାଣା ଦମ୍ପତି ଓ ଅନ୍ୟମାନଙ୍କୁ ସମର୍ଥନ କରି ଲଣ୍ଡନରେ ହନୁମାନ ଚାଲିଶା ପାଠ କରାଯିବାର ଯୋଜନା କରାଯଇଛି । ଲଣ୍ଡନ ସ୍ଥିତ ସଙ୍ଗଠନ ଦ୍ୱାରା ଜାରି ପତ୍ର ଅନୁସାରେ, ରିଚ ଇଣ୍ଡିଆ ୟୁକେ ଚାପ୍ଟର ସହିତ ୟୁକେରେ ସନାତନବାସୀ ଶ୍ରୀ ହନୁମାନ ଚାଳିଶା ପଥର ସାର୍ବଜନିକପାଠ ପାଇଁ ଏକଜୁଟ ହେଉଛନ୍ତି ।

Share