Categories: ଜାତୀୟ

ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ

ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସେ ଶନିବାର ଅମରାବତୀରେ ପହଞ୍ଚିଥିଲେ। ରାସ୍ତାରେ ମଞ୍ଚ ପ୍ରସ୍ତୁତ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଉଡ ସ୍ପିକର ବଜାଉ ଥିଲେ। ଏହାପୂର୍ବରୁ ନବନୀତ ଏବଂ ରବି ଶନିବାର ଦିଲ୍ଲୀରୁ ନାଗପୁରରେ ପହଞ୍ଚି ସ୍ଥାନୀୟ ମନ୍ଦିରରେ ହନୁମାନ ଚାଳିଶା ପାଠ କରିଥିଲେ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିବା ସେଠାରେ ଶିବସେନା ସମର୍ଥକ ଏବଂ ନବନୀତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏପ୍ରିଲ୍‌ ୨୩ରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ମେ ୪ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଏହି ଦମ୍ପତିଙ୍କୁ ଜାମିନ ପ୍ରଦାନ କରିଥିଲେ।

Share