ହନୁମାନ ପଇସା ଜବତ, ଜଣେ ଗିରଫ

ଦେବଗଡ଼,୧୪ା୯(ଡି.ଏନ୍‌.ଏ.): ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇଥିଲା ପୋଲିସ। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ ହେଉଥିବା ବେଳେ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ ଗ୍ରାହକ ସାଜି ଚଢ଼ାଉ କରିଥିଲା। ଏହି ଅଭିଯୋଗରେ ରିଆମାଳ ଥାନା ହରିହରପୁର ଗ୍ରାମର ଜୋଗିନ୍ଦ୍ର ନାଗଙ୍କୁ ଗିରଫ କରାଯାଇଛି। ଜୋଗିନ୍ଦ୍ର ହନୁମାନ ପଇସା ବିକ୍ରି ପାଇଁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାରେ ହନୁମାନ ପଇସା ବିକ୍ରି ଉଦ୍ୟମ ହେଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଅନ୍ୟପଟେ ଏହି ର଼୍ୟାକେଟ ପଛରେ ଆଉ କେଉଁମାନେ ଅଛନ୍ତି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଥିବା ଏସ୍‌ପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି।

Share