Posted inଜାତୀୟ

କର୍ନାଟକରେ ‘ହନୁମାନ’ ନାଟକ

ବେଙ୍ଗାଲୁରୁ,୩ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ନିଷିଦ୍ଧାଦେଶ ଜାରି ସମ୍ପର୍କରେ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋସ୍‌ପେଟ୍‌ରେ ମଙ୍ଗଳବାର ଭାଜପାର ଏକ ଦଳୀୟ ସଭାରେ କହିଛନ୍ତି, ମୁଁ ହନୁମାନଙ୍କ ଜନ୍ମସ୍ଥାନକୁ ଆସି ନିଜକୁ ଧନ୍ୟ ମନେକରୁଛି। କିନ୍ତୁ ହନୁମାନଙ୍କ ଭକ୍ତ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବା ନେଇ କଂଗ୍ରେସର ଘୋଷଣା ଶୁଣି ମର୍ମାହତ। କଂଗ୍ରେସ ପୂର୍ବରୁ ପ୍ରଭୁ ରାମଙ୍କୁ ତାଲା ପକାଇ ରଖିଥିଲା। କର୍ନାଟକରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ। ହନୁମାନଙ୍କ ଜନ୍ମସ୍ଥାନ କୁହାଯାଉଥିବା ଅଞ୍ଜନାଦ୍ରୀ ହିଲ୍ସ ଥିବା ଜିଲାରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କଂଗ୍ରେସର ଏହି ଘୋଷଣାକୁ ନେଇ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବଜରଙ୍ଗ ଦଳକୁ ମୌଳବାଦୀ ମୁସଲଲିମ୍‌ ସଙ୍ଗଠନ ପିଏଫ୍‌ଆଇ ସହ ତୁଳନା କରିବା ଦୁର୍ଭାଗ୍ୟଜନକ। ଅତୀତରେ ସିଦ୍ଦାରାମାୟା ସରକାର ପିଏଫ୍‌ଆଇ ବିରୋଧରେ ଥିବ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିଥିଲେ। ମୁସଲମାନ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ସେମାନେ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବାକୁ ବାହାରିଛନ୍ତି। କଂଗ୍ରେସ ଏକ ଜାତୀୟତାବାଦୀ ସଙ୍ଗଠନକୁ ବଦ୍‌ନାମ କରିଥିବା କହି ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ମଧ୍ୟ ସମାଲୋଚନା କରିଛି। ଭିଏଚ୍‌ପି ଯୁଗ୍ମ ମହାସଚିବ ସୁରେନ୍ଦ୍ର ଜୈନ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ବଜରଙ୍ଗ ଦଳ କଂଗ୍ରେସକୁ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦେବ। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି ଭଗବାନ ହନୁମାନଙ୍କୁ ଅପମାନିତ କରିଛି। ଏହାର ଜବାବରେ କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବଜରଙ୍ଗ ଦଳକୁ ଭଗବାନ ହନୁମାନ ସହ ତୁଳନା କରିବା ଲଜ୍ଜାଜନକ ବିଷୟ। ସେ ଆମ ଧର୍ମୀୟ ଭାବାବେଗକୁ କୁଠାରାଘାତ କରି ଅନେକ କୋଟି ହନୁମାନ ଭକ୍ତଙ୍କୁ ଅପମାନିତ କରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri